Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ମୋ ଜନ୍ମଦିନ

ମୋ ଜନ୍ମଦିନ

1 min
145


ଶୁଭ ଲଗନରେ ଶୁଭ ମୂହୁର୍ତ୍ତରେ

ଶୁଭ ହୁଏ ଜନ୍ମଦିନ,

ହସି ହସାଇଣ ଆଲୋକ ବିତରି

ଧରା ଛୁଏଁ ଶିଶୁ ପୁଣ,

ଆନନ୍ଦିତ ସର୍ବ ଜନ

ସେ ଦିନଟି ବଡ଼ ଅଭୁଲା ଜୀବନେ

 ପ୍ରତି ବର୍ଷ ଆସେ ସେଦିନ ।


ଏକ ବର୍ଷ ଅନ୍ତେ ବଢେ ଏକ ବର୍ଷ 

କମିଯାଏ ତ ଆୟୁଷ,

ସେଦିନ ନକ୍ଷତ୍ର ମନେ ରଖିବାକୁ 

ପାଳନେ ଯେ ଖୁସି ହସ,

 ଆମେ ରେ ମଣିଷ 

ଜନ୍ମ ନକ୍ଷତ୍ର ଭୁଲି ଜନ୍ମ ତାରିଖ

ପାଳୁ ହୋଇଣ ହରଷ ।


କୃଷ୍ଣ ଜନ୍ମ ପାଇଁ ଜନ୍ମାଷ୍ଟମୀ ପାଳୁ

ରାଧାଷ୍ଟମୀ ରାଧା ପାଇଁ ,

ଗଣେଶ ଚତୁର୍ଥୀ ପ୍ରଭୁ ଗଣନାଥ

ଶ୍ରୀପଞ୍ଚମୀ ମାଆ ପାଇଁ,

ଜନମ ଅଟେ ଧୃବ ସତ୍ୟ

ଖୁସି ମନାଇବା ଏ ଶୁଭ ଲଗ୍ନରେ 

ସ୍ମୃତି ମୋ ଜନ୍ମଦିନତ ।



Rate this content
Log in

Similar oriya poem from Inspirational