STORYMIRROR

Sambit Srikumar

Inspirational Others

3  

Sambit Srikumar

Inspirational Others

ବହିଷ୍କାର

ବହିଷ୍କାର

1 min
165

ବହିଷ୍କାର ନୁହେଁ କାହାର ଅସହିଷ୍ଣୁ ପଣର ନିଦର୍ଶନ

ଅବା ନୁହେଁ କାହା ପ୍ରତି ଇର୍ଷା ଅସୂୟାବୋଧର ପ୍ରଦର୍ଶନ

ନୁହେଁ ପୁଣି ଧାର୍ମିକ ସାମ୍ପ୍ରଦାୟିକ ବିଦ୍ବେଷର କାରଣ

ନୁହେଁ ବାକ୍ ସ୍ବାଧୀନତା ଅବା ମାନବାଧିକାରର ହନନ!!

ବହିଷ୍କାର ଅଟଇ ପୁଞ୍ଜିଭୂତ ଅସନ୍ତୋଷର ଉଗ୍ର ଉଦ୍ଗୀରଣ

ଆକ୍ରୋଶର ବିସ୍ଫୋରଣ ଚରମ ମତାନ୍ତରର ପ୍ରତିଫଳନ

ବର୍ଷ ବର୍ଷ ଧରି ଚାଲିଥିବା ମାନସିକ ଆର୍ଥିକ ଶୋଷଣ

ବିରୁଦ୍ଧରେ ପ୍ରତାଡିତ ଜନତାର ଦୃଢ଼ ସ୍ବର ଉତ୍ତୋଳନ!!

ବହିଷ୍କାର ଅଟଇ ବୈଚାରିକ ଉତ୍ପୀଡ଼ନର ନିରସ୍ତ୍ର ପରିସ୍ଫୁଟନ

ସାଂସ୍କୃତିକ ପ୍ରଦୂଷଣର ମାରଣାସ୍ତ୍ର ପାଇଁ ଅହିଂସା ନିଦାନ

ଅଦ୍ୱିତୀୟ ଅଦୃଶ୍ୟ ଅପରିମିତ ଛଳନାର ସମୁଚିତ ପ୍ରତିଦାନ

ରାଷ୍ଟ୍ରଦ୍ରୋହୀ ପକ୍ଷପାତୀ ଛଦ୍ମବେଶୀ ତତ୍ତ୍ବର ମୂଳୋତ୍ପାଟନ!!

ବହିଷ୍କାର ଅଟଇ ବୈପ୍ଳବିକ ଚେତନାର ନବ ଜାଗରଣ

ଜନ ଗଣ ମନ ହୃଦୟରେ ଦେଶପ୍ରେମ ଭାବର ଉତ୍ତରଣ

ମାନସିକ ଦାସତ୍ୱରୁ ମୁକ୍ତି ପ୍ରାପ୍ତିର ବଳିଷ୍ଠ ଉତ୍ତମ ମାଧ୍ୟମ

ଆତ୍ମନିର୍ଭର ବନିବାକୁ ଉତ୍ସାହ ଉର୍ଜା କରଇ ପ୍ରଦାନ!!

ବହିଷ୍କାର ଜନତାର ହସ୍ତେ ଶାନ୍ତିପୂର୍ଣ୍ଣ ଅସ୍ତ୍ର କରିବାକୁ ନିଷ୍ପାଦନ

ସାମାଜିକ ସାଂସ୍କୃତିକ ଆଧ୍ୟାତ୍ମିକ ଆର୍ଥିକ ସ୍ବାର୍ଥର ସାଧନ

ଉପଭୋକ୍ତାର ଅଧୀକାର ଅଟଇ ସଠିକ୍ ଦ୍ରବ୍ୟର ଚୟନ

ରାଷ୍ଟ୍ର ହିତେ କରିବାକୁ ରାଷ୍ଟ୍ରଦ୍ରୋହୀ ବସ୍ତୁ ଓ ସେବାର ବର୍ଜନ!!


Rate this content
Log in

Similar oriya poem from Inspirational