STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
202


ବାଇଶି ପାହାଚ ଓହ୍ଲାଇଲେ  

ତିନୋଟି ରଥ ଯିବା ଦେଖିଲେ  

ଶୁଭୁଛି ଘଣ୍ଟ ଶଙ୍ଖ ହୁଳହୁଳି  

ଭାବିଲେ ତିନି ଭାଇ ଭଉଣୀ ଯାଇଛନ୍ତି ବୁଲି। 

ରୋଷେଇ ଶାଳକୁ ଲକ୍ଷ୍ମୀ ସାଆନ୍ତାଣୀ ଧାଇଁଲେ  

ନଅ ବ୍ୟଞ୍ଜନ ରାନ୍ଧି ରଖିଲେ  

ଭାଇ ଭଉଣୀ ଫେରିବା ବାଟକୁ ଚାହିଁ ରହିଲେ  

ହେଲା ପଛେ ରାତି କେହି ନ ଫେରିଲେ। 

ଏମିତି ତିନି ଦିନ ଗଲା ବିତି  

ପ୍ରତିଦିନ ରୋଷେଇ କରନ୍ତି  

ଅପେକ୍ଷା କରନ୍ତି ଦିବା ରାତି 

ଘାରିଲା ଚିନ୍ତା ମାଆଙ୍କୁ କୁଆଡେ ଗଲେ ଯଦୁପତି?? 

ଦାସୀଗଣ ଆସି ଖବର ଦେଲେ  

ମାଉସୀ ଘରେ ତିନିଜଣ ଅଛନ୍ତି ଭଲେ  

ମାଆ ଠାକୁରାଣୀ ଚିନ୍ତିତ ହେଲେ  

କାହିଁକି ତାଙ୍କୁ ଏକାକିନୀ କରିଗଲେ। 

ଲକ୍ଷ୍ମୀ ଦଉଡିଲେ ମାଉସୀ ମନ୍ଦିରକୁ  

ତାଙ୍କ ପ୍ରତି ଅନ୍ୟାୟ ର ଜବାବ ମାଗିବାକୁ  

ଯାଇ ଦେଖିଲେ ତିନି ଜଣକୁ  

ଖୁସି ଅଛନ୍ତି ସଭିଏଁ ଯୋଗକୁ। 

ମାଉସୀ ସହ କଥା ହେଉଛନ୍ତି ମିଠା ମିଠା  

ଖାଉଛନ୍ତି ସଭିଏଁ ପୋଡପିଠା  

ସଭିଙ୍କ ମୁହଁ ରେ ଖୁସିର ଛିଟା  

ମାଆଙ୍କୁ ଭୀଷଣ କଷ୍ଟ ଦେଲା ଏଇ କଥାଟା। 

ଲକ୍ଷ୍ମୀ ମାତା କଲେ ରୋଷ  

ମନେ ପଚାରିଲେ ଏ କି କଲେ ପିତବାସ  

ବାହା ବଚନ କଣ ଗଲ ଭୁଲି  

କାହିଁକି ମୋତେ ଏକାକିନୀ କରି ଆସିଲ ଚାଲି। 

ମୋର ସେବାରେ କି ଦୋଷ ରହିଲା  

ନୟନରେ ଯେ ଅଶ୍ରୁ ଭରିଲା  

ପ୍ରଭୁଙ୍କୁ ନ ଭେଟି ଫେରିବା ହେଲା  

ସମ୍ମୁଖରେ ଯେ ତିନିରଥ ଦେଖାଦେଲା। 

ରଥ ପାଖକୁ ଗଲେ ଧାଇଁ  

ଆଖିରୁ ଲୋତକ ଯାଉଛି ବହି  

ରାଗ  ଅଭିମାନ ମନରେ ଥାଇ  

ରଥକୁ ଟିକିଏ ଦେଲେ ଭାଙ୍ଗି। 

କହିଲେ ଏବେ କେମିତି ଫେରିବ ଦେଖିବି ମୁହିଁ  

ମୋ ପ୍ରତି ଅନ୍ୟାୟର କଷ୍ଟ ଭୋଗିବ ଜଗତ ଗୋସେଇଁ  

ତୁମେ ଯଦି ପତ୍ନୀ ପ୍ରତି ଅନ୍ୟାୟ କରିବଇଁ  

ଜଗତର କି ହବ କହିଲେ ପାଟଦେଈ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational