STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଅତୀତ ଏକ ଜୀବନ୍ତ କ୍ଷତ

ଅତୀତ ଏକ ଜୀବନ୍ତ କ୍ଷତ

1 min
230

ଆଗକୁ ବଢାଇଲେ ଗୋଟିଏ ପାଦ

ଅନ୍ୟ ପାଦଟିଏ ରହିଥାଏ ହୋଇ ପଛ

ଏବେର କଥା ଆଜି ଅଛି ଯା'

ଗତକାଲିକୁ ହୋଇ ଯିବ ସେ ଅତୀତ

ଜୀବନେ ନିତି ଘଟେ ଛୋଟ ବଡ଼

ଅନେକ ଘଟଣା ଅଘଟଣା ସମସ୍ତଙ୍କର

କିଛି ବିଶେଷ ଘଟଣା ଅତୀତର 

ହୃଦୟରେ ଦେଇଥିଲେ ଶକ୍ତ ଆଘାତ

ଭୁଲି ହୁଏନା କେବେ ଜୀବନ ଯାକ

ହୁଏ ସେ ଅତୀତ ଏକ ଜୀବନ୍ତ କ୍ଷତ

ସଂପର୍କର ପରିସୀମା ଭିତରେ ରହି

ଏ ସ୍ୱାର୍ଥପର ଦୁନିଆଁ ଦିଏ ଯା'କୁ ଧୋକା

ପ୍ରତାରିତ କରେ ଦେଇ ଭରସା

ସେ କୋହର ଅନ୍ତର୍ଦାହେ ଜୁଝେ ଏକା

ଦିନ ଚାଲିଯାଏ ସତ କଥା ଯାଏନି

ମନେ ରହି ବାରମ୍ଵାର କରେ ଉତ୍ତେଜିତ

କ୍ଷତ ହୋଇ ରହିଥାଏ ପ୍ରାଣେ

ସ୍ମରଣ ମାତ୍ରେ ହୁଏ ଅସ୍ଥିର ବିଚଳିତ 

ନେବାକୁ ପ୍ରତିଶୋଧ କରେ ପ୍ରତିହିଂସା

ହୁଏ ବଚଷା କଳହ ଲଢେଇ ଯୁଦ୍ଧ

ଯା ପ୍ରତିରୋଧ କରିବା ହୋଇ ପଡେ କଷ୍ଟ

ଆଦିମକାଳରୁ ମାନବ ସମାଜେ

ଦୈନଦିନ ଘଟି ଚାଲିଛି ଅନେକ ଘଟଣା

ମଣିଷ ପାଲଟି ଯାଉଛି କ୍ରୂର ହିଂସ୍ର

ସୁଧାରି ପାରୁନି ନିଜକୁ କରୁନି ନିୟନ୍ତ୍ରଣ

ଅତୀତ ସେ କ୍ଷତକୁ ନ କରି ସୁଚିକିତ୍ସା

ହୃଦୟକୁ କରି ପାରୁନି ଉପସମ

ଅତୀତକୁ ନେଇ ସେ ଜଳେ ଜଳାଏ 

ଭବିଷ୍ୟତ ତାକୁ କରିଦିଏ ଲକ୍ଷ୍ୟଭ୍ରଷ୍ଟ

ହୋଇ ପାରେ ଅତୀତ ଏକ ଜୀବନ୍ତ କ୍ଷତ

ସେ କ୍ଷତର ନ କରି ଉପଯୁକ୍ତ ଉପଚାର

ସୃଷ୍ଟି କରେ ଆଉ ନୂଆ ନୂଆ କ୍ଷତ

ଅତୀତ ଭିତରେ ଅଛି ଅନୁଭବ

ନିଜକୁ ସଜାଡିବାର ଗଢିବାର ଉପାୟ

ସେ କ୍ଷତକୁ ହେୟ ଭାବି କଲେ ବିଶାକ୍ତ

ହୋଇ ପାରେ ଦିନେ ଭୟଙ୍କର କର୍କଟ

ବଞ୍ଚିବା ଦୁଃସାଧ୍ୟ ଜୀବନେ ଆସେ ସଂକଟ 

ଭବିଷ୍ୟତ ପ୍ରତି ହେବାକୁ ପଡିବ ସଜାଗ

ଦୁଃଖ ଯା' ଆସିଥିଲା ସେ ତ ଯାଇଛି ଚାଲି

ଅତୀତ ଏକ ଜୀବନ୍ତ କ୍ଷତ ହୋଇଥାଏ

କେବଳ ସୂଚାଇ ଦେବାକୁ ପ୍ରତି ମୁହୂର୍ତ୍ତରେ

ଖୋଜିବାକୁ ସୁଖ ଶାନ୍ତି ଆନନ୍ଦର ପଥ।

   



Rate this content
Log in

Similar oriya poem from Inspirational