ବିଶ୍ୱାସ
ବିଶ୍ୱାସ
ତତେ ଯେତେ ଯାହା ମାଗିଲେ କି
ଯେତେ ଯାହା ଯାଚିଲେ ବି
କେବେ ବରଟେ ଦେଉନା
ଜାଣି ମୋର ମନ
ସେଇଥି ପାଇଁ ତ
ବେଳେ ବେଳେ ମୋ ହୃଦୟରେ
ଦୋହଳି ଯାଏ ତୋ ଆସ୍ଥାର ଆସନ
ଆଉ କେବେ ଅଯାଚିତ ଭାବେ
ତୋ କରୁଣା ଦେଉ ଢାଳି
ମୋ ମନୋରଥ ଠୁ
ଢେର୍ ଗୁଣା ଅଧିକ ଦେଇ
ଭରିଦେଉ ମୋ ଶୂନ୍ୟ ଭିକ୍ଷାଥାଳି
ସେଇଥି ପାଇଁ ପ୍ରତି ମୁହୁର୍ତ୍ତରେ
ତୋ ବିଶ୍ୱାସ ବହୁଛି
ମୋ ଶରୀରେ ପ୍ରଶ୍ୱାସ ହୋଇ