STORYMIRROR

Pratima Panda

Abstract

3  

Pratima Panda

Abstract

ବିଶ୍ୱାସ

ବିଶ୍ୱାସ

1 min
57

ତତେ  ଯେତେ ଯାହା ମାଗିଲେ କି

ଯେତେ ଯାହା ଯାଚିଲେ ବି

କେବେ ବରଟେ ଦେଉନା

ଜାଣି ମୋର ମନ

ସେଇଥି ପାଇଁ ତ

ବେଳେ ବେଳେ ମୋ ହୃଦୟରେ 

ଦୋହଳି ଯାଏ ତୋ ଆସ୍ଥାର ଆସନ


ଆଉ କେବେ ଅଯାଚିତ ଭାବେ

ତୋ କରୁଣା ଦେଉ ଢାଳି

ମୋ ମନୋରଥ ଠୁ

ଢେର୍ ଗୁଣା ଅଧିକ ଦେଇ

ଭରିଦେଉ ମୋ ଶୂନ୍ୟ ଭିକ୍ଷାଥାଳି

ସେଇଥି ପାଇଁ ପ୍ରତି ମୁହୁର୍ତ୍ତରେ

ତୋ ବିଶ୍ୱାସ ବହୁଛି 

ମୋ ଶରୀରେ ପ୍ରଶ୍ୱାସ ହୋଇ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract