STORYMIRROR

Alekha Pasad Moharana

Inspirational Others

3  

Alekha Pasad Moharana

Inspirational Others

ବିଶ୍ୱାସ

ବିଶ୍ୱାସ

1 min
216


ବିଶ୍ୱାସ ଯଦି କେବେ ହୁଅଇ ଆହତ

ବିରୁଦ୍ଧ ଭାବ ଦ୍ୱାରା ହୁଏ ପରାଭୂତ

ପ୍ରେମ ପ୍ରୀତି ହୁଏ ନିରୁତ୍ତର

ଛିଡିଯାଏ ସ୍ନେହ ମମତାର ଡୋର

ବନ୍ଧନ ଦୁଇଟି ବା ଏକ୍କାଧିକ ମନର ବା ପ୍ରାଣର

ପାଦ ତଳୁ ମାଟି ଖସିଯାଏ

ଆବେଗ ସଂବେଗ ଭିଜିଯାଏ

ଆଖିର ତତଲା ଲୁହ ବର୍ଷାରେ (୧)

ଜୀବନ ଲାଗେ ବେସାହାରା

ସତେ ଅବା ବୈଶାଖୀ ଝାଂଜି ଖରା

ଜଳ ବିହୁନେ ଯେହ୍ନେ ମୀନ

କଇଁ ବିହୁନେ ଯେହ୍ନେ ଜହ୍ନ

ପଦ୍ମ ବିହୁନେ ଯେହ୍ନେ ଅଂଶୁମାନ

ପ୍ରେମ ବିହୁନେ ଜୀବନ (୨)

ବିଶ୍ୱାସ ଯଦି ପାଚିଯାଏ ଥରେ

ଅବିଶ୍ୱାସ ବାରମ୍ବାର ମରେ

କାହାର ଯାଦୁକରୀ ମାୟା

ମେଲାଇ ପାରେନି କାୟା

ଅବିଶ୍ୱାସର ବିଭୋର ପଣ

ହୁଏ ସଦା ନିଥର ନିଷ୍ପ୍ରାଣ ୩)

ବିଶ୍ୱାସର ସତ ଫରୁଆରେ

ଦାନା ବାନ୍ଧି ରହିପାରନ୍ତିନି ଅବିଶ୍ୱାସୀ ନରେ

ଆତ୍ମ ଗୋପନ କରନ୍ତି ଦୁର୍ବଳତା ମୋହରେ

ଛତ୍ରଭଙ୍ଗ ଦିଅନ୍ତି

ନିଜକୁ ବଞ୍ଚାଇବା ଦାୟରେ (୪)

ନିଜେ ନିଜକୁ ଚିହ୍ନନ୍ତିନି

ପ୍ରତାରଣା ଧପ୍ପାବାଜି ପ୍ରୀତି

ଅନ୍ୟକୁ ଚିହ୍ନନ୍ତେ କେମିତି

କାପୁରଷ ଭୀରୁତା ଖୋଳପା

ପିନ୍ଧା ଗୋଟେ ଛାରପୋକ

ଭିତରେ ଭିତରେ ଶୋଷି ନିଅନ୍ତି ରକତ (୫)

ଅତ୍ମୀୟତା ପାହାଚ ପାରନ୍ତିନି ଚଢି

ଆଖିର ଲୁହକୁ ଓଠ ପିଇବା ବାହାନାରେ

ନିଜକୁ ପାରନ୍ତିନି ସଜାଡି

ଷଠତାର କାରାଗୃହେ

ବନ୍ଦୀ ହୋଇ ଦୁନିଆକୁ ଧରନ୍ତି ଜାବୋଡି

ଅହମିକା ଗର୍ବ ଦମ୍ଭ

ହୁଏ ତାଙ୍କ ମୂଳମନ୍ତ

ମିଚ୍ଛେ ବଂଚିବା ବାହାନାରେ 

ଦିଅନ୍ତି ଭୀମ ରଡି(୬)

କିନ୍ତୁ ବିଶ୍ୱାସୀ ବିଶ୍ୱାସର ଵୋକଚା

କାନ୍ଧରେ ପକାଇ ଚାଲେ ବିନା ଦ୍ବିଧାରେ

ଆପତ୍ତି ଓଜରରେ

ଝଡ଼ ଝଞ୍ଜା ଆସୁ ଯେତେ ବାଧା

ବୁଝିଅଛି ସେ ବିଶ୍ୱାସକୁ ନିରୋଳାରେ

ହୃଦୟକୁ ଆପଣାର କରିଛି ସିଧା (୭)

ଚେନାଏ ବିଶ୍ୱାସ ଅନାବିଳ ସ୍ନେହ

କାଟି ଦିଏ ସବୁ ମୋହ

ପଦେ ମିଠା କଥା ଟିକିଏ ମମତା

ସାମାନ୍ୟ ତ୍ୟାଗ ବଢାଏ ଭାବ

ଆଣିଦିଏ ଜୀବନରେ ଦୃଢ଼ ପ୍ରତ୍ୟୟ ଓ ସଂବେଗ (୮)

ଜୀବନଟା କ୍ଷଣିକ ଅଳିକ

ପ୍ରତି ମୁହୂର୍ତ୍ତେ ଖୋଜେ ଶାନ୍ତି ତୃପ୍ତି

ସମ୍ପର୍କର ଡୋର କରଇ ନିର୍ଭୀକ

ଥାଏ ଯଦି ବିଚାର ବୁଦ୍ଧି ବିବେକ

ହୁଏ କେବଳ ସମ୍ଭବ

ରଖ ଯଦି ବିଶ୍ୱାସର ଟେକ(୯)



Rate this content
Log in

Similar oriya poem from Inspirational