STORYMIRROR

Krushna Chandra Dakua

Abstract

2  

Krushna Chandra Dakua

Abstract

ବିଶ୍ୱାସ,ଈଶ୍ୱର ଓ ମଣିଷ

ବିଶ୍ୱାସ,ଈଶ୍ୱର ଓ ମଣିଷ

1 min
376

ବିଶ୍ୱାସ ଆଜି ନିରୁଦ୍ଧିଷ୍ଟ

ଈଶ୍ୱର ଆଜି ଅସହାୟ

ଈଶ୍ୱର ଏବଂ ମଣିଷ ମଧ୍ୟରେ

ତିଆରି ହୋଇଥିବା

ସମ୍ପର୍କ ହିଁ ତ "ବିଶ୍ୱାସ"

ହେଲେ ଆଜି ନିରୁଦ୍ଧିଷ୍ଟ

ମଣିଷ ମଣିଷ ମଧ୍ୟରେ

ବିଶ୍ୱାସ ଆଜି ଅଚିହ୍ନା

ଇଏ ପରିବେଶର କେଉଁ ପରିବର୍ତନ

ଅନୁଧ୍ୟାନ କରିବା ସତରେ ମୁସ୍କିଲ୍

ବିଶ୍ୱାସ କାହା ସହିତ ସମ୍ପର୍କ ଗଢି ଦିଏ'ତ

ବେଳେ ବେଳେ କାହା ସହିତ

ସମ୍ପର୍କ ବିଛିର୍ନ କରି

ନିଜେ ନିଜର ଜୀବନ ନେଇଯାଏ

ପ୍ରତ୍ୟେକ ଜୀବନ ମଧ୍ୟରେ

ବିଶ୍ୱାସ ଜନ୍ମାଇବା ପାଈଁ

ଶ୍ରୀମଦ ଭାଗବତ ଗୀତାରେ ତ ବର୍ଣ୍ଣନା ଅଛି

"ବିଶ୍ୱାସ ମୂଳେ ଏ ଜଗତ,

ପ୍ରାଣୀ ହୁଅନ୍ତି ଆତ ଜାତ"

ହେଲେ ଏହା ମାନିବା ପାଈଁ

ଏ ନର ସମାଜ ନାରାଜ

ଏହାର ପ୍ରମାଣ ଦେବା ପାଈଁ

ତର୍କ ବିତର୍କ ଆରମ୍ଭ ହୋଇଯାଏ

ତେଣୁ ତ କେହି କେହି କୁହନ୍ତି

"ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର"

ଅର୍ଥାତ ବିଶ୍ୱାସରେ ଈଶ୍ୱର

ମାନିଲେ ଦେବତା ନ ମାନିଲେ ପଥର

ଈଶ୍ୱରଙ୍କ ସୃଷ୍ଟିରେ ବିଶ୍ୱାସ ସମ୍ପର୍କର ମୂଳଦୁଆ

ନଚେତ ଏ ଯିବ ଜଗତ ଚଳିବା ଅସମ୍ଭବ

ହେଲେ ଦିନ ଆସିବ ବିଶ୍ୱାସର ବିଲୁପ୍ତରେ

ଏ ସମାଜର ଅଧଃପତନ ନିଶ୍ଚିତ ହେବ

ବିଶ୍ୱାସରେ ସର୍ତ୍ତ ସୃଷ୍ଟି ହିଁ

ବିଶ୍ୱାସ ସଙ୍କଟର କାରକ 

ଏଥି ପାଇଁ ଯଦି ପ୍ରଶ୍ନ ଉଠେ ତେବେ କୁହା ଯିବ

ଏହା ପାଈଁ ପ୍ରମାଣର ଆବଶ୍ୟକତା ନାହିଁ

କେବେଳ ଆସ୍ଥା ହିଁ ଯଥେଷ୍ଟ

"ମନ୍ଦିରରେ ଦେଖୁଥିବା ପଥର ଈଶ୍ୱର ନୁହେଁ,

ବରଂ ପଥର ମଧ୍ୟରେ ଈଶ୍ୱର ବିଦ୍ୟମାନ"

ଛଦ୍ମ ଛଳନାର ଖୋଳପା ମଧ୍ୟରେ

ମଣିଷ ଆଜି ସ୍ୱାର୍ଥ ହାସଲ ଲକ୍ଷ୍ୟରେ ହଜିଯାଇଛି

ସମସ୍ତ କଥା ବସ୍ତୁକୁ ସର୍ବୋପରି ଅନୁଧ୍ୟାନ କରି କୁହାଯିବ

ବିଶ୍ଵ କୁ ନେଇ ବିଶ୍ୱାସ ସୃଷ୍ଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract