STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ବିରୋଧାଭାସ

ବିରୋଧାଭାସ

1 min
172

ପ୍ରତିମା ଭିତରେ ପ୍ରଭୁ ଅଛନ୍ତି କି ନାହାନ୍ତି ପ୍ରମାଣ ନାହିଁ 

ପ୍ରତିଟି ମାଆର ଅନ୍ତରରେ ବିଭୁ ବିଦ୍ୟମାନ ଛନ୍ତି ରହି ।

ପିତା ଖାଦ୍ୟ ସିନା ମୁଖେ ପିତା ଲାଗେ ଶରୀରକୁ ହିତକାରୀ 

ପିତା ଆମ କଟୁ ବଚନ କୁହନ୍ତି ନାରିକେଳ ଖୋଳ ପରି ।

ଭାଇ ହୋଇ ଯଦି ବଳ ନହେଲା ସେ ସହୋଦର ସ୍ଥିତ କାଳ

ଭ୍ରାତୃବଳେ ରାମ ମାରିଲେ ରାବଣ ଲଙ୍କା ହେଲା ଫାଳଫାଳ ।

ଅପ୍ରିୟ ସତକୁ ବନ୍ଧୁ କହିପାରେ ଅନ୍ତର ଯାହାର ସ୍ୱଚ୍ଛ  

ବନ୍ଧୁ ଯଦି ନୁହେଁ ବନ୍ଧୁର ପଥର ସାଥୀ ସେ ବନ୍ଧନ ମିଛ ।

ପଡି ଉଠିବାରେ ହାତ ଯା'ର ନାହିଁ ପତିପତ୍ନୀ ପଦବାଚ୍ଯ 

ହାସ୍ୟାସ୍ପଦ ସିନା ହୋମ ଅଗ୍ନି ପାଶେ ମନ୍ତ୍ର ପାଠ ଘଡି ବାଚ ।

ଗୁରୁ ଠାରେ ଯଦି ଗାରିମା ନଥାଏ ଆଦର୍ଶ ଶିକ୍ଷା କି ଦେବ

ଶିଷ୍ୟ ଶିକ୍ଷା ଲାଭ କି କରିବ ତପ ଶୁଖୁଆ ଝୋଳରେ ଯିବ ।

ସତସଙ୍ଗେ ଯଦି ଆଚରଣ ଉଚ୍ଚାରଣେ ସମାନତା ନାହିଁ 

ବୃଥା ସିନା ସେହି ସତସଙ୍ଗ ଯିବା ମସ୍ତିଷ୍କ ଭ୍ରମ ଯା ହୋଇ ।

ମନ୍ଦିରରେ ପୂଜା ପାଠ କଲେ କେହି ନୁହେଁ ଧାର୍ମିକରେ ଗଣା

ମାଳା ଗଡାଇଲେ ବକକୁ ବିଶ୍ୱାସ ନୋହିବ ମାଛ ରଙ୍କୁଣା ।

ସାଧୁ ହୋଇ ଯଦି ସହନଶୀଳତା ତ୍ୟାଗ ସମଦର୍ଶୀ ନୁହେଁ

ବଡ ଅସାଧୁରେ ଗଣା ହେବ ସିନା ଦନାଇ ଦାସଟି କହେ ।


Rate this content
Log in

Similar oriya poem from Abstract