STORYMIRROR

Suchismita Behera

Romance Children

2  

Suchismita Behera

Romance Children

ବିରଳ ପ୍ରେମ

ବିରଳ ପ୍ରେମ

1 min
41

ବହୁ ବର୍ଷ ପୂର୍ବେ ଏକ ବିଶାଳ ରାଜ୍ୟରେ

ଥିଲେ ଏକ ସୁନ୍ଦର ରାଜକୁମାର 

ଅପୂର୍ବ ବ୍ୟକ୍ତିତ୍ବ ଏବଂ ଅସୁମାର ଜ୍ଞାନ ସହ

ଥିଲା ତାଙ୍କ ସାଥେ ଏକ ପକ୍ଷୀ ସହଚର ।


ସେହି ସାଥୀର ସହଯୋଗ ବଳେ

ନିଜର ପ୍ରେମିକାଙ୍କ ସମର୍ଥନ ସଙ୍ଗେ 

ସମ୍ପର୍କର ସମ୍ବାଦ ହେଉଥିଲା ସମ୍ଭବପର

ହେଇପାରୁଥିଲା ହୃଦୟର ଭାବର ଅଦଳ ବଦଳ ।।


ଦୂର ଦେଶରେ ବନ୍ଦୀ ଥିବା ସେହି ସୁନ୍ଦରୀ ନାରୀ

ଥିଲେ ପଡୋଶୀ ରାଜ୍ୟର ରାଜକୁମାରୀ

ଏକ ଦୁର୍ଲ୍ଲଭର ବିବାହ ପ୍ରସ୍ତାବକୁ କରିଥିବାରୁ ଖାରଜ

ହୋଇଥିଲେ ବନ୍ଦୀ ବହୁ ବର୍ଷ ଧରି ।।


ସେହି ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟରେ ହୋଇ ବିମୋହ

ରାଜକୁମାର ରଚିଥିଲେ ଏକ ଷଡଯନ୍ତ୍ର 

ପକ୍ଷୀ ସାଥୀର ସାହାଯ୍ଯ ଓ ସାହାସକ୍ରମେ

ଉଦ୍ଧାର କରିଥିଲେ ପ୍ରେମିକାଙ୍କୁ ତାଙ୍କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance