ବିରହୀଣୀ ରାଧିକା
ବିରହୀଣୀ ରାଧିକା
ଯମୁନା କାନ୍ଦୁଛି କଦମ୍ବ କାନ୍ଦୁଛି
କାନ୍ଦୁଛି ରାଧିକା ରାଣୀ
ଛାଡି ଚାଲିଗଲେ ପ୍ରାଣଧନ ତାର
ବହେ ନୟନରୁ ପାଣି
ଯମୁନାର ଜଳ ବହୁନାହିଁ ଆଉ
କୁଳୁ କୁଳୁ ନାଦ କରି
ତମାଳ ବଣରେ ନାଚୁ ତ ନାହାନ୍ତି
ଆଉ ମୟୁର ମୟୂରୀ
କଦମ୍ବ ମୂଳରେ ଶୁଭୁନାହିଁ ଆଉ
ଅପୂର୍ବ ମୁରଲୀ ଧ୍ୱନି
ରାଧିକା ପ୍ରେମରେ ଭଟା ପଡିଗଲା
ଆଉ ବହୁନି ଉଜାଣି
ଶ୍ରୀହୀନ ହେଲାଣି ତନୁମନ ତାର
କଥା ନପରାଇ କହି
କାହ୍ନୁମୟ ତାକୁ ଲାଗୁଛି ଦୁନିଆଁ
ବିରହ ନପାରେ ସହି
ଯାହାକୁ ଦେଖୁଛି ତାକୁ ପଚାରୁଛି
ଦେଖିଛକି ବେଣୁପାଣି
ଏଇ ବାଟ ଦେଇ ଚାଲିସେ ଯାଇଛି
ନନ୍ଦର ନୟନ ମଣି
ହାଏରେ ଦଇବ ଇଏକି ତୁ କଲୁ
କାନ୍ଦେ ରାଧିକା ବାହୁନି
