STORYMIRROR

Baidyanath Panda

Classics

2  

Baidyanath Panda

Classics

ବିରହୀଣୀ ରାଧିକା

ବିରହୀଣୀ ରାଧିକା

1 min
132

ଯମୁନା କାନ୍ଦୁଛି କଦମ୍ବ କାନ୍ଦୁଛି

କାନ୍ଦୁଛି ରାଧିକା ରାଣୀ

ଛାଡି ଚାଲିଗଲେ ପ୍ରାଣଧନ ତାର

ବହେ ନୟନରୁ ପାଣି

ଯମୁନାର ଜଳ ବହୁନାହିଁ ଆଉ

କୁଳୁ କୁଳୁ ନାଦ କରି

ତମାଳ ବଣରେ ନାଚୁ ତ ନାହାନ୍ତି

ଆଉ ମୟୁର ମୟୂରୀ

କଦମ୍ବ ମୂଳରେ ଶୁଭୁନାହିଁ ଆଉ

ଅପୂର୍ବ ମୁରଲୀ ଧ୍ୱନି

ରାଧିକା ପ୍ରେମରେ ଭଟା ପଡିଗଲା

ଆଉ ବହୁନି ଉଜାଣି

ଶ୍ରୀହୀନ ହେଲାଣି ତନୁମନ ତାର

କଥା ନପରାଇ କହି

କାହ୍ନୁମୟ ତାକୁ ଲାଗୁଛି ଦୁନିଆଁ

ବିରହ ନପାରେ ସହି

ଯାହାକୁ ଦେଖୁଛି ତାକୁ ପଚାରୁଛି

ଦେଖିଛକି ବେଣୁପାଣି

ଏଇ ବାଟ ଦେଇ ଚାଲିସେ ଯାଇଛି

ନନ୍ଦର ନୟନ ମଣି

ହାଏରେ ଦଇବ ଇଏକି ତୁ କଲୁ

କାନ୍ଦେ ରାଧିକା ବାହୁନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics