ବିରହୀ ରାଧା
ବିରହୀ ରାଧା
କୁଞ୍ଜବନ ଶୂନ୍ୟ ମାଧବ ବିହୀନ
ତଥାପି ରହିଛି ଚାହିଁ
ଭୂଲି ଗଲେ ଶ୍ଯାମ ପୀରତି ଗୋପନ
ଆଉ ତାଙ୍କ ଦେଖା ନାହିଁ ।।
ଗୋପୀଙ୍କ ମେଳରେ ଏମିତି ମଜ୍ଜନ୍ତି
ମିଳନ ସଙ୍ଗୀତ ଗାଇ
ମାନ ଭାଙ୍ଗିବାକୁ ଯତନ କରନ୍ତି
କାକୁତି ମୀନତି ହୋଇ ।।
ସେ ମୂରଲୀ ଶ୍ବନ ଗାଏ ରାଧାନାମ
ଶୁଣିବାକୁ ଗୋପେ ବାଈ
ଗୋପରେ ସୁନ୍ଦରୀ ଅଭାବ ନଥିଲେ
ସୂର ଝୁରେ ରାଧା ପାଇଁ ।।
ମାଧବିକା କୁଞ୍ଜେ ଲୋଟି ଖୋଜୁଅଛି
ବିରହ ଯନ୍ତ୍ରଣା ପାଇ
କଣ୍ଟ ଦେଇଥିଲେ ଫେରିବେ ତୁରିତେ
ଭରସା ରଖିଛି ରାଈ ।।
ଥିଲେ ଯେତେ ଦୂରେ ଥାଅ ପ୍ରୀୟତମ
ରହିବି ତୁମର ମୁହିଁ
ତଥାପି ନିରବେ ନିତି ଦହୁଥିବି
ତୁମ ସୁଖେ ସୁଖି ହୋଇ ।।

