STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

ବିରହୀ ରାଧା

ବିରହୀ ରାଧା

1 min
520


କୁଞ୍ଜବନ ଶୂନ୍ୟ     ମାଧବ ବିହୀନ

       ତଥାପି ରହିଛି ଚାହିଁ

ଭୂଲି ଗଲେ ଶ୍ଯାମ   ପୀରତି ଗୋପନ

       ଆଉ ତାଙ୍କ ଦେଖା ନାହିଁ ।।


ଗୋପୀଙ୍କ ମେଳରେ    ଏମିତି ମଜ୍ଜନ୍ତି

        ମିଳନ ସଙ୍ଗୀତ ଗାଇ

ମାନ ଭାଙ୍ଗିବାକୁ       ଯତନ କରନ୍ତି

        କାକୁତି ମୀନତି ହୋଇ ।।


ସେ ମୂରଲୀ ଶ୍ବନ     ଗାଏ ରାଧାନାମ

       ଶୁଣିବାକୁ ଗୋପେ ବାଈ

ଗୋପରେ ସୁନ୍ଦରୀ    ଅଭାବ ନଥିଲେ 

       ସୂର ଝୁରେ ରାଧା ପାଇଁ ।।


ମାଧବିକା କୁଞ୍ଜେ    ଲୋଟି ଖୋଜୁଅଛି

        ବିରହ ଯନ୍ତ୍ରଣା ପାଇ

କଣ୍ଟ ଦେଇଥିଲେ    ଫେରିବେ ତୁରିତେ

        ଭରସା ରଖିଛି ରାଈ ।।


ଥିଲେ ଯେତେ ଦୂରେ   ଥାଅ ପ୍ରୀୟତମ

       ରହିବି ତୁମର ମୁହିଁ

ତଥାପି ନିରବେ      ନିତି ଦହୁଥିବି

     ତୁମ ସୁଖେ ସୁଖି ହୋଇ ।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance