STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ବିରହ ସାୟରି ..........

ବିରହ ସାୟରି ..........

1 min
226

ଏତେ ଦିନ ହେଲା

     ତମ ପାଇଁ ପଦେ 

          ମଧୁଝରା କଥା କହିନାହିଁ 


ଅଭିମାନେ ତମେ

      ସପନରେ ମୋର

          ସେଥି ପାଇଁ ଜାଣେ ଆସନାହିଁ


ଏଇ ବସନ୍ତ ଲଗନେ 

       ନିଛାଟିଆ ଆଜି

            ସବୁ କୁଞ୍ଜବନ ଆମ


ତମେ ଅଛ ଦୂରେ

      ମୁଁ ଅଛି ଦୂରେ

          ବିଧାତା ହେଲାକି ବାମ


ପ୍ରେମର ଜାହ୍ନବୀ 

      ଶୁଖିଯିବ ଯଦି

            ଜୀବନେ ଆଉ କି ସୁଖ


କି ଲାଭ ତହିଁରେ 

       ରହି ଏ ମହୀରେ

              ନ ଦେଖି ପ୍ରିୟାର ମୁଖ 


କେବେ ପାହିବ

      ଏ କାଳରାତ୍ରି ସଖୀ

              କେବେ ତମ ଓଠ ମଧୁ 


ଶାନ୍ତ କରିବ 

      କାମନା ଜ୍ୱଳନ

           କେବେ ଉଇଁବ ଶରଦ ବିଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract