STORYMIRROR

Anuja Behera

Romance

3  

Anuja Behera

Romance

ବିରହ ପ୍ରେମର ଫଗୁଣ

ବିରହ ପ୍ରେମର ଫଗୁଣ

1 min
225


ଭାରି ମନେପଡେ 

ବିଗତ ଅତିବାହିତ ଅତୀତର ଫଗୁଣରେ

ଆମ ନିବିଡ ସମ୍ପର୍କର 

ଅଲିଭା ସୃତି ସବୁ


ପ୍ରେମ , ପୀରତି ଓ ପ୍ରଣୟକୁ ସାଥିକରି 

ଦୁହେଁ ଦୁହିଁଙ୍କ ଭିତରେ ହଜିଯାଇଥିଲେ

ସେ ଆନନ୍ଦ ବିସୃତ ପ୍ରେମ ଦରିଆରେ


କେଜାଣି ଆଜି କାହିଁକି ଭାରି ଇଚ୍ଛା ହୁଏ

ମନଭରି ସନ୍ତରିବାକୁ ସେଇ 

ପ୍ରେମର ଉଛୁଳା ଢେଉରେ


ଆଜି ତମେ ନାହଁ ସତ

କିନ୍ତୁ ତମ ସହ ଏକାଠି ସେ ମଧୁ ମୁହୂର୍ତ୍ତ

ଓ ମିଠା ସୃତି 

ଆଜି ମତେ ଇଙ୍ଗିତ କରେ

ଦେହରେ ଅସାଧାରଣ ଯୌବନର 

ଶିହରଣ ସୃଷ୍ଟି କରେ

ଆଉ ମୋ ସ୍ୱପ୍ନରେ ତୁମ ପ୍ରେମର 

ଶବ୍ଦମାନେ ହାତ ଠାରି କହେ...


ଆସ....

ମୋ ପ୍ରେମର ଭାବନା ଫଗୁଣରେ 

ନିଜକୁ ଥରେ ହଜେଇ ଦିଅ

ବିରହକୁ ଆହୁତି ଦେଇ ମନଗହନରେ

ଫଗୁଣ ପ୍ରେମର ଦୀପଟିଏ ଜାଳିଦିଅ 


ତୁମ ଅନୁପସ୍ଥିତି ଓ ମୋର ଉଦାସୀନତା

ବିଛେଦର ବିରହ ଭିତରେ ବି

ତମ ସୃତି ମତେ ଆନନ୍ଦ ଦେଉଛି


ତମର ସେ ମୁକୁଳା କେଶର ମହକ

ଆଜି ବି ଏ ଦେହେ ମହ ମହ ବାସୁଛି

ତୁମ ଦେହର ସେ ବୈଶାଖୀ ଯୌବନର ବାସ୍ନା 

ଆଜି ବି ମତେ ଭ୍ରମିତ କରୁଛି 


ମୋ ମନବନର ପ୍ରେମର ସେ 

ବିରହ ବଗିଚାଟା 

ଆଜିକାହିଁ ଭାରି ଫଗୁଣ ଫଗୁଣ ବାସୁଛି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance