ବିରହ ଜ୍ୱାଳା
ବିରହ ଜ୍ୱାଳା
ତୁମ ସ୍ମୃତି ଉଜ୍ଜୀବିତ ଆଜି
ବିରହ ଅଗ୍ନିରେ ଭସ୍ମ ହୋଇଯିବା ଆଗରୁ
ହୃଦୟର ଗଭୀରତାରେ ସମାଧିସ୍ଥ କରି
ଆଗକୁ ବଢିବାର ଛଳନା ଭିତରେ
ଅଡ଼ୁଆ ସୁତାଖିଅରେ ପରିଣତ ମୁଁ
କିନ୍ତୁ ତୁମକୁ କିଛି ଫରକ୍ ପଡ଼ିବନି
ସନ୍ତାପ ବେଦନା ଛାତିଏ ଯାତନା
ଲୋତକେ ଭରୁଛି ଚକ୍ଷୁ,
କିଏ ସେ ବୁଝିବ ମନର କଥାକୁ
ଖାଲି କି ହେବ ସେ ବକ୍ଷୁ
ବିରହର ଅଶ୍ରୁ ନୟନେ ଲୋଟୁଛି
ସଂପର୍କ ଭିଡ଼ରେ ନିଜସ୍ୱକୁ ବଳି ଦେଇ
ହୃଦଜଳା ପ୍ରେମର ସଳିତା
ବିନା ଅର୍ଘ୍ୟରେ ବି ହୁତୁ ହୁତୁ ଜଳୁଛି
ଆହାଃ ସେ ଅନ୍ତଃଜଳା ଲୋତକ କି ଓଷ୍ଠ ପିଇ ପାରୁଛି
ଭଗ୍ନ ଆଇନାରେ ଚେହେରାର ପ୍ରତିଛବି ବି ତ ବାଣ୍ଟି ହେଇ ଯାଇଛି,
ସିଏ ତୁମ ପାଇଁ ସାବିତ୍ରୀ କରୁଛି,
ମୁଁ ତୁମର ଚିରସବୁଜ ସ୍ମୃତି ଭିତରେ ହଜି ଚାଲିଛି