STORYMIRROR

Subhalaxmi Nayak

Tragedy

2  

Subhalaxmi Nayak

Tragedy

ବିରହ ଜ୍ୱାଳା

ବିରହ ଜ୍ୱାଳା

1 min
202

ତୁମ ସ୍ମୃତି ଉଜ୍ଜୀବିତ ଆଜି 

ବିରହ ଅଗ୍ନିରେ ଭସ୍ମ ହୋଇଯିବା ଆଗରୁ 

ହୃଦୟର ଗଭୀରତାରେ ସମାଧିସ୍ଥ କରି 

ଆଗକୁ ବଢିବାର ଛଳନା ଭିତରେ 

ଅଡ଼ୁଆ ସୁତାଖିଅରେ ପରିଣତ ମୁଁ 

କିନ୍ତୁ ତୁମକୁ କିଛି ଫରକ୍ ପଡ଼ିବନି


ସନ୍ତାପ ବେଦନା ଛାତିଏ ଯାତନା

ଲୋତକେ ଭରୁଛି ଚକ୍ଷୁ,

କିଏ ସେ ବୁଝିବ ମନର କଥାକୁ

ଖାଲି କି ହେବ ସେ ବକ୍ଷୁ


ବିରହର ଅଶ୍ରୁ ନୟନେ ଲୋଟୁଛି

ସଂପର୍କ ଭିଡ଼ରେ ନିଜସ୍ୱକୁ ବଳି ଦେଇ

ହୃଦଜଳା ପ୍ରେମର ସଳିତା

ବିନା ଅର୍ଘ୍ୟରେ ବି ହୁତୁ ହୁତୁ ଜଳୁଛି

ଆହାଃ ସେ ଅନ୍ତଃଜଳା ଲୋତକ କି ଓଷ୍ଠ ପିଇ ପାରୁଛି


ଭଗ୍ନ ଆଇନାରେ ଚେହେରାର ପ୍ରତିଛବି ବି ତ ବାଣ୍ଟି ହେଇ ଯାଇଛି,

ସିଏ ତୁମ ପାଇଁ ସାବିତ୍ରୀ କରୁଛି,

ମୁଁ ତୁମର ଚିରସବୁଜ ସ୍ମୃତି ଭିତରେ ହଜି ଚାଲିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy