STORYMIRROR

Prabhati Mahapatra

Abstract Tragedy Inspirational

3  

Prabhati Mahapatra

Abstract Tragedy Inspirational

ବିରଚନ

ବିରଚନ

1 min
190


ଆୟ, ଜୀବନର ଅବଲମ୍ବନ

ଆସ୍ଫଳନ ଉନ୍ନତ ପଥ ପାଇଁ ବାଧକ ।

ବାରମ୍ବାର ଉଚ୍ଚ ଶିଖରକୁ ଲକ୍ଷ୍ୟ

ନୂତନ ବିରଚନ ପାଇଁ ଉତ୍କଣ୍ଠା,

କଣ୍ଟା ଦ୍ରୁମ ନମାନି ଅବତରଣେ ଯନ୍ତ୍ରଣା ।

ଅତୀତର କେତେ ସ୍ମୃତି ଉତ୍ସର୍ଗୀତ ହେବ ,

ସହ୍ୟ କରି ପାରିବ ତ ?

ପ୍ରାୟଶ୍ଚିତ କରିବାର ସୁଯୋଗ ଆସିବନି ।

ସ୍ବପ୍ନ ତ ସାକାର ହେବ .....

ସ୍ନେହ ମମତାର ଅବଦାନକୁ ଭସ୍ମୀଭୂତ କରି ।

ଅର୍ଥ ନିଶାର ବଳୟରେ ସବୁ କିଛି କୁହୁକ 

ଉର୍ଦ୍ଧ୍ବକୁ ଟାଣି ହେଉ ଥିବ ଲାଳାୟିତ ମନ ।

ସ୍ମୃତି ନୈବେଦ୍ୟର ଭେଟି,

ତାପରେ ବି ସ୍ବପ୍ନ ମିଳେଇ ଯାଏ

ଜଳ ଲବଣ ଯୁକ୍ତ ପରି ।

ବ୍ୟୋମଯାନ ଗତିରେ ଶିଥିଳତା ଆସେ

ଅସ୍ପୃଶ୍ୟ ମନର ଆବେଗ

ସର୍ବଦା ବିଫଳତାର ଅରୁଣୋଦୟ ଦେଖେ ।

ସ୍ମୃତି ଯେ ଜୀବନ୍ତ,

ଚିରନ୍ତନ ସତ୍ୟ ....

ତା ସାଙ୍ଗେ ଆସ୍କନ୍ଦ ମାନେ ହିଁ ପରାସ୍ତ ,

ନବ ବିରଚନ ସୂର୍ଯ୍ୟ 

ଅସ୍ତଗାମୀ ପରିଲକ୍ଷିତ .......

ମୋର ହିତାକାଂକ୍ଷୀ ଉପଦେଶ

ଆଜି ତୁମର ସ୍ମୃତି ପଟରେ ଛବିଟିଏ ପରି

ଜାଜ୍ଜ୍ୱଲ୍ୟମାନ ହେଉ ଥିବ ।

ତୁମେ ମୋତେ , ଯେଉଁଠି ଛାଡି ଥିଲ

ମୁଁ ସେହି ସ୍ଥାନରେ ସ୍ଥିର ।

ମୁଠାଏ ବାସି ପଖାଳର ମହକ

ମୋତେ ସ୍ଵାର୍ଥପର କରି ପାରିନି ।

ତୁମର ଅର୍ଥର ଚମକରେ 

ମୋ ଆଖି ,ଗଭୀର ଆଘାତ ଉପଲବ୍ଧି କରୁଛି ।

ତୁମର ସ୍ବର୍ଣ୍ଣ ସୌଧ ଅଟ୍ଟାଳିକା

ମୋ ପାଇଁ ମୂଲ୍ୟହୀନ ....।



Rate this content
Log in

Similar oriya poem from Abstract