Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ବିରାଜିତ ହୁଏ ବସନ୍ତରାଜ

ବିରାଜିତ ହୁଏ ବସନ୍ତରାଜ

1 min
142



କୋଇଲିର କୁହୁ ତାନ ଦକ୍ଷିଣ ଦିଗୁ ପବନ

ସ୍ୱାଗତ କରଇ ଧରା ହର୍ଷ ଉଲ୍ଲାସେ

ତରୁ ନବ ପଲ୍ଲବିତ  ନାନା ପୁଷ୍ପେ ସୁ ଶୋଭିତ

ସଜ୍ଜାଇ ପ୍ରକୃତି ରଖେ ବର୍ଷ ର ଶେଷେ

ବିରାଜିତ ହୁଏ ବସନ୍ତ

ସମ ଶୀତ ସମ ଗ୍ରୀଷ୍ମ ଅନ୍ତରେ ଶୀତ ll


ବସନ୍ତ ପଞ୍ଚମୀ ତିଥିରେ ବରଦା ଆସନ୍ତି ଧରାରେ

ସୌନ୍ଦର୍ଯ୍ୟ ମଣ୍ଡିତ ହୁଏ ଧରଣୀ ରାଣୀ

ସୁବାସ ଆମ୍ବ ବଉଳ ସୁଗନ୍ଧ କେତକୀ ଫୁଲ

ଅତର ପ୍ରସାରୀ ଆସେ ବସନ୍ତ ରାଣୀ

ବସନ୍ତ ମଳୟ ପବନେ 

ପ୍ରଫୁଲ୍ଲିତ ପଶୁ ପକ୍ଷୀ ସାରା ଭୁବନେ ll


ରାଧା କୃଷ୍ଣ ରାସ ପ୍ରେମ ଦୋଳେ ଝୁଲି ଗ୍ରାମ ଗ୍ରାମ

ହରି ହର ଭେଟ ପୁଣି ଫଗୁ ର ଖେଳ

ଗୀତରେ ନାଚେ ଗୋପାଳ ଲଉଡ଼ି କବାଡି ଖେଳ

ଆନନ୍ଦ ବିଭୋର ସର୍ବେ ହୋଇକି ମେଳ

ବସନ୍ତ ଋତୁ ଆଗମନେ 

ଆଶାର ସଞ୍ଚାର କରେ ସଭିଙ୍କ ପ୍ରାଣେ ll


ଧନ୍ୟ ପ୍ରଭୁ ନିରାକାର ଧନ୍ୟ ବିଚିତ୍ର ସୃଷ୍ଟିର

ନାନା ଋତୁ ନାନା କାଳ ଯେ ଆତଯାତ

ଋତୁ ମଧ୍ୟେ ଶ୍ରେଷ୍ଠ ଋତୁ ଶୋଭାର ବସନ୍ତ ଋତୁ

ଖାଦ୍ୟ ପର୍ବ ଯାନି ଯାତ୍ରା ରଙ୍ଗେ ଭୂଷିତ

 ବସନ୍ତ ସନ୍ତୋଷ ଦେଇଣ 

ରାଜୁତି କରଇ ଋତୁ ଖୁସି ବାଣ୍ଟିଣ ll



Rate this content
Log in

Similar oriya poem from Classics