STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ବିପଦର କାଳ

ବିପଦର କାଳ

1 min
225


ବିପଦେ ଆକ୍ରାନ୍ତ କରି ଅଛି କାଳ

ଯନ୍ତ୍ରଣା ଦିଏଟି ନିତ୍ୟେ,

ସୁଚାରୁ ରୂପରେ ସାଂସାରିକ କାର୍ଯ୍ୟ

ପ୍ରତିବନ୍ଧ ହୁଏ ନିତ୍ୟେ।୧।


ସାଂସାରିକ କାର୍ଯ୍ୟେ ନିର୍ଧାରିତ ହୁଏ

ବନ୍ଧୁ କୁଟୁମ୍ବଙ୍କ ମେଳ,

ଅଧିକ ହୋଇଲେ ଦଣ୍ଡିତ ହୋଇବ 

ଅଦୃଶ୍ୟ ରୋଗର ଖେଳ।୨।


ଶଶୁର ଘରରୁ ଝିଅ ନ ଆସେଟି

ମାଆର ମୃତ୍ୟୁରେ ତାର

ଜନଶୂନ୍ୟ ହୁଏ ଯିବା ମାର୍ଗ ସବୁ

ନ ଚାଲେ ଗାଡ଼ି ମଟର।୩।


ମାଆ ମୃତ୍ୟୁ ମୁଖ ଦେଖି ହିଁ ପାରେନି

ସଂଯୋଗ ହିଁ ହେଲା ଏହି,

ମୃତାହ କାର୍ଯ୍ୟରେ ଉପସ୍ଥିତ ହୁଏ

ଅତ୍ୟନ୍ତ ଦୁଃଖିତେ ସେହି।୪।


କରୋନା ନିର୍ଦ୍ଦେଶ ପାଳନଟି କରେ

ମୁଖେ ପିନ୍ଧି ଥାଏ ମାସ୍କ,

ଦୁଇ ନୟନରୁ ଅଶ୍ରୁ ବହୁ ଥାଏ

ତଥାପି ନ ଖୋଲେ ମାସ୍କ।୫।


କରୋନା ରୋଗରେ ଅଳଙ୍କାର ଦେଲା

ମାସ୍କ ରୂପରେ ହିଁ ସର୍ବୈ

ଦୂରତା ରଖିବା ଜରୁରୀ ହିଁ ହେଲା

ସାଂସାରିକ କାର୍ଯ୍ୟେ ସର୍ବୈ।୬।


ଏପରି ସମସ୍ୟା ହୋଇ ନାହିଁ କେଭେଁ

କରୋନ ଆଣିଲା ଭବେ,

ଅତି ହିଁ ଘାତକ ଅଦୃଶ୍ୟ କରୋନା

ଦଇବ ଦେଲାଟି ଭବେ।୭।


ଝିଅ ବାହାଘରେ ଜଟିଳ ସମସ୍ୟା

ପୁଅ ବାହାଘରେ ସେହି,

ଖୁସି ଆନନ୍ଦର କଥା ସରି ଗଲା

କରୋନା କଲାଟି ଏହି।୮।


ଜଗନ୍ନାଥ ପଦେ ନିବେଦନ ମୋର

କୃପାସିନ୍ଧୁ ପ୍ରଭୁ ସେହି,

ଦୂର କର ନାଥ ଏପରି ସମୟ

ନ ଆସୁ ହିଁ କେବେ ଏହି।୯।


ଜଗତର ନାଥ ଅଭୟଟି ଦେବେ

ମନରେ ଭରସା ଅଛି,

ଦେଶବାସୀଙ୍କର ଗୁହାରି ଶୁଣିବେ

ଦୂର ହେବ ସଵୁ କିଛି।୧0।


ବଡ଼ଠାକୁରଙ୍କ କରୁଣ ହିଁ ହେଲା

ସମୟ ଆସିଲା ଏବେ,

ମୃତ୍ୟୁ ସଞ୍ଜିବନୀ ଟିକା ଲାଗୁ ଅଛି

ରୋଗ ଦୂର ହୁଏ ଏବେ।୧୧।


ବିପଦେ ଆକ୍ରାନ୍ତ କରି ଅଛି କାଳ

ଯନ୍ତ୍ରଣା ଦିଏଟି ନିତ୍ୟେ,

ସୁଚାରୁ ରୂପରେ ସାଂସାରିକ କାର୍ଯ୍ୟ

ପ୍ରତିବନ୍ଧ ହୁଏ ନିତ୍ୟେ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy