STORYMIRROR

Papu parida

Inspirational Others

4  

Papu parida

Inspirational Others

ବିପଦର ବନ୍ଧୁ

ବିପଦର ବନ୍ଧୁ

1 min
387


ବିପଦରେ ଠିଆ ହେଉ ବୋଲି......

ଆମେ ଆମେ...

ବିପଦର... ବନ୍ଧୁ।


ଦୁଃଖୀ ମଣିଷର

ଅଭାବୀ ଭୋକର

ରକ୍ତ ଅଭାବରେ 

ପୀଡିତ ଲୋକର.......


ନିଃସ୍ୱାର୍ଥ ଭାବର 

ନିଷ୍କାମ୍ୟ ସେବାର

ସାହାର୍ଯ୍ୟରେ ସେବା

ଆଜାଡ଼ି ଦେବାର.........


ସୁଖରେ ଥାଆନ୍ତି କେତେ କେତେ ବନ୍ଧୁ

ସୁଖରେ ଥାଆନ୍ତି କେତେ କେତେ ବନ୍ଧୁ.........


ବିପଦରେ ଠିଆ ହେଉ ବୋଲି......

ଆମେ ଆମେ...

ବିପଦର... ବନ୍ଧୁ।


ମନୁଷ୍ୟତା ରକ୍ଷା

ପ୍ରକୃତି ସୁରକ୍ଷା

ଅପଙ୍ଗର ଅଙ୍ଗ

ଅନାଥର ଶିକ୍ଷା.......


ସାଜି କାହା ଭାଇ

ସାଜି କାହା ପୁଅ

ବନ୍ଧୁଟିଏ ହୋଇ

ପୋଛୁ ଆଖି ଲୁହ.......


କର୍ମରେ ପୋଛିବୁ ଦୁଃଖୀ ଦୁଃଖର ଅଳନ୍ଦୁ

କର୍ମରେ ପୋଛିବୁ ଦୁଃଖୀ ଦୁଃଖର ଅଳନ୍ଦୁ.....


ବିପଦରେ ଠିଆ ହେଉ ବୋଲି......

ଆମେ ଆମେ...

ବିପଦର... ବନ୍ଧୁ।


ଭିନ୍ନ ଭିନ୍ନ ମା'ର

ଅନେକ ସନ୍ତାନ

ଆଙ୍ଗୁଳିରୁ ମୁଠା

ଆମ ଅନୁଷ୍ଠାନ........


ଦୁଃଖୀ ଦୁଃଖେ କାନ୍ଦେ

ପ୍ରତି ସଭ୍ୟ ପ୍ରାଣ

ଦୁର୍ଲଭ୍ୟ ଅଟଇ 

ପ୍ରତିଟି ଜୀବନ........


ସାହାର୍ଯ୍ୟ ସୂତାରେ ପ୍ରେମର ସମ୍ପର୍କ ଆମେ ବାନ୍ଧୁ

ସାହାର୍ଯ୍ୟ ସୂତାରେ ପ୍ରେମର ସମ୍ପର୍କ ଆମେ ବାନ୍ଧୁ.....


ବିପଦରେ ଠିଆ ହେଉ ବୋଲି......

ଆମେ ଆମେ...

ବିପଦର... ବନ୍ଧୁ।


କାହା ଆଶାବାଡି

କାହାର ଛପର

କାହାର ଔଷଧ

କାହା ପାଇଁ ଘର......


କାହା ଶବ ପାଇଁ

ସାଜି ଚାରି କାନ୍ଧ

ବାନ୍ଧିଛୁ କେତେ ଯେ

ସମ୍ପର୍କର ବନ୍ଧ........


ପିଣ୍ଡରେ ଥିଲା ଯାଏଁ ଶେଷ ପ୍ରାଣବିନ୍ଦୁ

ପିଣ୍ଡରେ ଥିଲା ଯାଏଁ ଶେଷ ପ୍ରାଣବିନ୍ଦୁ....


ବିପଦରେ ଠିଆ ହେଉ ବୋଲି......

ଆମେ ଆମେ...

ବିପଦର... ବନ୍ଧୁ।


ଦୀର୍ଘ ସମୟରୁ ସମାଜ ସେବା ସହ ଜଡିତ ଥିବା ଏକ ଅନୁଷ୍ଠାନ , ମୋ ପ୍ରିୟ ଅନୁଷ୍ଠାନ "ବିପଦର ବନ୍ଧୁ" ପାଇଁ ଏକ ଛୋଟ କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational