STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ବିପଦେ ନ ଡ଼ରିବା କେଭେଁ

ବିପଦେ ନ ଡ଼ରିବା କେଭେଁ

1 min
235


ବିପଦେ କେଭେଁ ନ ଡ଼ରିବା,


             କର୍ତ୍ତବ୍ୟ ପଥରେ ଧାଇଁବା।


ଜୀବନେ କାହିଁକି ଡ଼ରିବା, 


              ନିଜ କର୍ତ୍ତବ୍ୟ କରୁଥିବା।


ଘୋର ଯନ୍ତ୍ରଣା ଆଶୁ ଥିବ,


              ବିପଦ ପାହାଡ ପଡ଼ିବ।


ଅସ୍ଥିର ପ୍ରାଣ ହେଉ ଥିବ,


              ରୋଦନ ରାବ୍ ଶୁଭୁ ଥିବ।


କର୍ମର ଜୀବନ ଯାତ୍ରାର, 


             ସୁଖ ଦୁଃଖର ଏ ସଂସାର।


ପ୍ରଭୁଙ୍କ ଭିଆଣ ଏପରି


              କର୍ତ୍ତବ୍ୟ କରିବା ସେପରି।


ଜୀବନ ନୁହଁ ପଛଘୁଞ୍ଚା,


              କର୍ମ କରିବା ମନବାଞ୍ଛା।


ନହେବା କେଭେଁ ପଛଘୁଞ୍ଚା,


              ସଫଳ ହେବ ମନବାଞ୍ଛା।


ବିପଦ ଆଶୁ ଯେଉଁ ପରି,


              କର୍ମ କରିବା ସେହି ପରି।


ହେବା ସଫଳ ସେହି ପରି,


              ବିଜୟୀ ହେବା କର୍ମ କରି।


ଡ଼ାକ୍ତର କଥାକୁ ମାନିବା,


              ଜନଙ୍କୁ ନୀରଗ କରିବା।


ନିଶ୍ଚେହିଁ କରୋନା ପ୍ରକୋପ,


              ଦେଶରୁ ହୋଇ ବଟି ଲୋପ।


ବିପଦେ କେଭେଁ ନ ଡ଼ରିବା


              କର୍ତ୍ତବ୍ୟ ପଥରେ ଧାଇଁବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational