STORYMIRROR

KSHIRADRI SAHU

Inspirational Others

4  

KSHIRADRI SAHU

Inspirational Others

ବିପଦ ଘଣ୍ଟି

ବିପଦ ଘଣ୍ଟି

1 min
264


ଦିନକୁ ଅଢେଇ ଲକ୍ଷ ଛୁଇଁଲାଣି

ମାରୁଛି ଅଢେଇ ସହ,

ଲୀଳା ରଚିଲାଣି ଓମିକ୍ରିନ୍ ଆସି

କି ବୁଦ୍ଧି କରିବା କହ।।


କରୋନା ଆସିଲା ପ୍ରଥମ ଲହରେ

ଦ୍ଵିତୀୟ ଡେଲ୍ଟା ଭାରିୟାଣ୍ଟ,

ତୃତୀୟ ଲହର ମାଡ଼ି ଆସିଲାଣି

ସତେକି ବଜାଇ ଘଣ୍ଟ।।


ଦୁଇ ମାତ୍ରା ଟିକା ଜୀବନ ବିକଳେ

ନେଇଗଲେ ଆମେ ସବୁ,

ତଥାପି ଖାତିର ନାହିଁ ଯେ ତାହାର

କରି ଦେଉଅଛି କାବୁ।।


କପଡା ମୁଖାକୁ ଖାତିରି ତା ନାହିଁ

ଲୋଡା ଏନ୍ ପଞ୍ଚାନବେ,

କିପରି ଦେଶରୁ ମୂଳ ପୋଛ ହେବ

ଆଜି ବୈଜ୍ଞାନିକ ଭାବେ।।


ତିନି ଗୁଣା ଶକ୍ତି ସଞ୍ଚାର କଲାଣି

ଦ୍ରୁତ ବେଗେ ଯାଏ ମାଡ଼ି,

ସ୍କୁଲ୍ କଲେଜ ବନ୍ଦ ହୋଇଗଲା

ବନ୍ଦ ହୋଇଯିବ ଗାଡ଼ି।।


ବିଦେଶ ବିମାନ ସେବା ବନ୍ଦ ହେଉ

ଚାଲୁ ପରୀକ୍ଷା ନିରୀକ୍ଷା,

ବିଶ୍ଵ ବାସୀ ସର୍ବେ ଆତଙ୍କ ହୋଇଲେ

ଜଗନ୍ନାଥ କର ରକ୍ଷା।।


ରହି ସାବଧାନ ପାଳିବା ନିୟମ

ସତର୍କତା ଦୃଷ୍ଟି ଦେଇ,

ଟୀକା ଅଭିଯାନ ପ୍ରତି ରଖ ଧ୍ୟାନ

ଜୀବନ ବଞ୍ଚିବ ଯାଇ।।


Rate this content
Log in

Similar oriya poem from Inspirational