STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ବିନୟୀ କରିବ ସାଇଁ

ବିନୟୀ କରିବ ସାଇଁ

1 min
293

ଠାକୁର ହେ ମୋତେ ସବୁଠାରୁ ଶ୍ରେଷ୍ଠ

ଜନମ ଦେଇଛ ଭବେ ,

ତେଣୁ ଧନ୍ୟବାଦ ନିଇତି ଜଣାଏ

କରଯୋଡ଼ି ଭକ୍ତି ଭାବେ


ତୁମେ ତ ଜାଣିଛ ମିଛ କହିବାକୁ

ଲାଗେ ମୋତେ ଭାରି ଡର ,

ଅନ୍ୟାୟ ,ଅନୀତି ,କୁସଙ୍ଗ ଆଦିଠୁ 

ରଖିଥିବ ସଦା ଦୂର


ଗର୍ବ ,ଅଭିମାନ ନ ଦେବ ମନରେ

ବିନୟୀ କରିବ ସାଇଁ ,

ଦୟା ,କ୍ଷମା ଆଉ ସହିଷ୍ଣୁତା ଗୁଣ

ଭରିଦେଵ ମୋହ ଠାଇଁ


କୀଟୁ ବ୍ରହ୍ମଯାଏ ସର୍ବବ୍ୟାପୀ ତୁମେ

ବୁଝିକରି ଏଇ ମର୍ମ ,

ସମସ୍ତଙ୍କ ପ୍ରତି ସମ ଭାବ ରଖି

କରୁଥିବି ମୋର କର୍ମ


ପଛେ ଯମଦଣ୍ଡ ମିଳିବ ଯା' ମୋତେ

କେହି ତ ନୋହିବେ ଭାଗୀ ,

ତେଣୁ ଅନୁଚିତ କାର୍ଯ୍ୟ କରିବାକୁ

ଡର ରହିଥାଏ ଲାଗି


ଉଚିତ କାର୍ଯ୍ୟ ଯା' କରାଇ ନିଅ ହେ

ମୋ ପ୍ରତି ସଦୟ ହୋଇ ,

ବିତିଯାଉ ମୋର ବାକିଟା ଜୀବନ 

ତୁମରି ମହିମା ଗାଇ


Rate this content
Log in

Similar oriya poem from Abstract