STORYMIRROR

Sunanda Mohanty

Abstract Children Stories Inspirational

4  

Sunanda Mohanty

Abstract Children Stories Inspirational

ବିନୟ ବଚନ

ବିନୟ ବଚନ

1 min
7


କହି ତୋଷିବ ଜନମନ ବିନୟ ବଚନ 

କଳୁଷ କାଳିମା ସବୁ ସମାଧାନ 

କୋଇଲିର ମିଠା ସ୍ୱର ଆଜିଯାଏଁ କମ୍ପନ 

ସୁମଧୁର ବାଣୀ ଜଗାଏ ଜାଗୃତି ଚନ୍ଦନ 

ମଣିଷର ପାଞ୍ଚପ୍ରକୃତି କେତେବେଳେ କୋଉ ମନ 

ପଦେ କହିଦେଲେ ଅମୃତବୋଳା କଥା ସମ୍ବେଦନ 

କଥାରେ କୁହୁ ସତେକି ମହୁ ରହୁ ନିବେଦନ 

କଥାରେ କଥାରେ ହେଉ ରାଗ ରୋଷ ଇର୍ଷା ସମାପନ 

ସ୍ଥାନ କାଳ ପାତ୍ର ପରିସ୍ଥିତି ଆଜି ଖାଲି ଦହନ 

ମିଠା କଥାର ଆବେଦନ ଦେବ ସୁସମ୍ମାନ 

ମନ ସଙ୍ଗେ ଆଖି ବୁଝିଯିବ ପଞ୍ଚଇନ୍ଦ୍ରୀୟମାନ 

ଅଢେଇ ଦିନର ବଡେଇରେ ଆଣି ସମାପନ 

ସୁସ୍ଥ ବାତାବରଣରେ ଚଳିବାକୁ ବାକି ଜୀଵନ 

କଥାରେ କୋଇଲି କଣ୍ଠରୁ ଚୁଗୁଲି କାଢି ଯାଉ ଦିନ 

ଧନ୍ୟବାଦ ଦେବା ପ୍ରଭୁଙ୍କୁ ଜୀଵନ ବିତୁ ଶୁଭେ ଦିନ 

ମନରେ ଧନରେ କଳ କୌଶଳରେ ଭିର୍ନ୍ନ ଭିର୍ନ୍ନ 

ଦରିଦ୍ର ନହେବା କହିବାକୁ ମିଠା ବଚନ 

ଯାହା ହେଲାଣି ଗଲାଣି ହୋଇ ସାତ ସପନ 

ବହୁଡେଇ ଆଣି ହେବା କୋଳାକୋଳି କହି 

ସୁମଧୁର ବଚନ ଚଉଷଠିମସଲା ଦିଆ ଖିଲିପାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract