STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ବିନମ୍ରତା

ବିନମ୍ରତା

1 min
399


    ନଇଁ ଆସେ ବୃକ୍ଷ ଡାଳ 

        କରି ସେ ଫଳ ଧାରଣ, 

    ଅଯାଚିତ ତାର ଦାନ 

         ଦିଏ ସଭିଙ୍କୁ ପ୍ରମାଣ। 

    ମେଘରୁ ବରଷି ବାରି 

       ଶୀତଳ କରେ ମେଦିନୀ, 

    ଜୀବଜଗତର ପାଇଁ 

       ହୁଏ ମୃତ୍ୟୁ ସଂଞ୍ଜିବନୀ।

    ଜ୍ଞାନ ଗିରିମାରେ ଗୁଣୀ 

         ବିକାଶେ ନମ୍ରତା ଭାବ, 

    ଶାନ୍ତ ସୁଧାର ସ୍ଵଭାବ 

          ତାର ଅମୂଲ୍ୟ ବିଭବ। 

    ଏ ନମ୍ରତା ଗୁଣେ ଜନ 

           ହୁଅଇ ଅସାଧାରଣ,

    ସବୁରି ହୃଦୟ ଜିଣି 

       ସାର୍ଥକ କରେ ତା' ପ୍ରାଣ।

    ନମ୍ରତା ବିନୟ ପାଶେ 

          ଉଗ୍ର ପଣ ସଦା ନତ,

    ଉଦାର ଚରିତ୍ର ଧରି 

       ଜୟ କରେ ସେ ଜଗତ। 

    ଈଶ୍ଵରଙ୍କ ବରଦାନ 

          ନମ୍ରତାର ଏ ଭୂଷଣ, 

    ପ୍ରକାଶେ ମହିମା ତାର

         କରି ସତ୍ୟ ଆଚରଣ।

   


Rate this content
Log in

Similar oriya poem from Abstract