STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବିନମ୍ର ବଚନ

ବିନମ୍ର ବଚନ

1 min
161


ମଧୁର ବଚନ କହି ତୋଷିବ ପ୍ରାଣୀ ମନ

ବିନମ୍ର ବଚନେ ତୋଷି ହେବେ ସକଳ ଜନ

ବଚନରେ ଯାର ମିଠା ରହେ ନାହିଁ

କି ହେବ ଧନ ସମ୍ପଦ ସବୁ ଥାଇ

ବଚନ ଲାଗି ପରିବାରରେ ହୁଏ ଅଶାନ୍ତି

ମଧୁର ବଚନ ବାଣ୍ଟିଲେ ପାଇବେ ସଭିଏଁ ଶାନ୍ତି

ଏଇ ବଚନ ଲାଗି ଭାଇ ଭାଇ ରେ ପାଚେରୀ ପଡଇ

ପିତା ପୁତ୍ର ଭିତରେ କଳହ ସଦା ଲାଗି ରହଇ

ବଚନ ଲାଗି ଭାଙ୍ଗିଯାଏ ସ୍ୱାମୀ ସ୍ତ୍ରୀର 

ବନ୍ଧନ

ପବିତ୍ର ସମ୍ପର୍କେ ବିବାଦ ହୁଏ ଶୁଣି ଖର ବଚନ

ବଚନ ଲାଗି କେବେ ଧନ ଲୋଡ଼ା ନାହିଁ

ସବୁରି ମନକୁ ଜିଣି ପାରିବ ମିଠାବଚନ କହି

ମଣିଷ ଜୀବନ ଦୁଇ ଦିନ ଜାଣି ଛନ୍ତି 

ବିଜ୍ଞ ଜନ

ମଧୁର ବଚନ ଜଗତକୁ ଦେଇ କରୁଥିବା ପ୍ରସନ୍ନ



Rate this content
Log in

Similar oriya poem from Inspirational