ବିନ୍ଦୁ ଓ ବଳୟ
ବିନ୍ଦୁ ଓ ବଳୟ
ଏଇ-ମାଟି-
ବରଷା'ରେ ଭିଜିଲେ
ଅଂକୁରି-ଉଠେ ତୃଣ,
କୋମଳାଂଗୀ ନାରୀ,
ରକତ'ରେ ଭିଜି
ସୃଷ୍ଟି-କରେ ଭୃଣ,
ସଂପର୍କ'ର ପରିଧି
ବିଭାଜିତ-ପରମାଣୁ,
ରଚେ ଧ୍ଵଂସ'ର ତାଂଡବ,
ବିଭାଜିତା-ନାରୀ
ସୃଷ୍ଟି କରେ ସ୍ରଷ୍ଟା'ର
ପ୍ରବହମାନ ସୃଷ୍ଟି-ଧାରା'ର,
ସୂର୍ଯୋଦୟ
ନିମିଳିତ-ଆଖି,
ଅବୋଧ ଶିଶୁ'ଟି
ପିଇ'ଯାଏ ଢୋକ-ଢୋକ,
ବୁକୁ-ଭରା କ୍ଷୀର
ମାଆ'ର ସ୍ତନ'ରୁ,
ପ୍ରତୀକ୍ଷିତ ସୂର୍ଯୋଦୟ ପାଇଁ
ଏଇ-ନାରୀ-
ଆଦି-ବିଂଦୁ-
ମହା'ମାୟା ନାମେ,
ସୃଷ୍ଟି'କଲେ ମାତା ବସୁଂଧରା,
ଅଂକୁର ଉଦ୍ଗମେ ତହିଁ-
ସୃଷ୍ଟି'ର ଫସଲ
ବଗିଚା'ର କେଉଁ-
ନିଭୃତ-କୋଣରେ,
ଟିକି-ଫୂଲ'ଟିଏ,
ଖେଦି'ଯାଏ ସୂବାସ ମଳୟେ,
ରସ-ପାନେ ଆତୁର ଭଁଅର,
ଚ଼ଉପାଶେ ତା'ର,
ସୃଷ୍ଟି'ର ଏ-
ପ୍ରାରଂଭ ନାଟିକା
ଚ଼ଉପାଶେ ତା'ର-
ସଂପର୍କ-କୁହୁଡି,
ମଝି'ରେ ଜଳୁଛି-
ପ୍ରଦୀପ'ଟିଏ ନାରୀ
ଅସଂଖ୍ଯ ପିଂଡ'ର-
ବଳୟ-ଭିତରେ,
ବିଂଦୁ'ଟିଏ...ନାରୀ
