STORYMIRROR

Prashantam Bapu

Abstract Romance Inspirational

3  

Prashantam Bapu

Abstract Romance Inspirational

ବିନା ସର୍ତ୍ତରେ...

ବିନା ସର୍ତ୍ତରେ...

1 min
186


ତୁମ ହିସାବ ଖାତାରେ 

ତା' ଦୋଷ ଦୁର୍ଗୁଣର ତାଲିକା 

ବଢ଼ି ବଢ଼ି ବଢ଼ି ବଢ଼ି ଚାଲିଛି ...।


ଅତୀତର ମାନ ଅଭିମାନ ସବୁ ଭୁଲି 

ଜୀବନ ରଥକୁ ଆଗେଇ ନେବାକୁ 

ସେ ଯେତେ ଥର ହାତ ବଢ଼ାଏ 

ତୁମେ ସେତେ ଥର ସେହି ପୁରୁଣା 

ଅପୁରଣୀୟ ସର୍ତ୍ତ ସବୁକୁ ଦୋହରାଅ ।


ଉତ୍କଟ ମରୁଡ଼ିର ମାଡ଼ ସତ୍ତ୍ୱେ ବି

ସାହାସ ସଞ୍ଚିଥିବା ଆଶାର କଢ଼ ସବୁ 

ଫୁଟିବା ପୂର୍ବରୁ ଝଡ଼ି ପଡ଼ନ୍ତି ଅବେଳରେ

ସ୍ୱପ୍ନର କଅଁଳା ପତ୍ରରେ ଦେଖୁ ଦେଖୁ 

ହତାଶାର ପୋକ ଚରିଯାଏ ....!


ଜଣକ ଅସ୍ତିତ୍ଵକୁ ମାଡ଼ିମକଚି , 

ତା'ର ସ୍ୱାଧୀନତାକୁ ବାଡ଼ ଦେଇ 

ଆତ୍ମସମର୍ପଣ କରିବାକୁ ବାଧ୍ୟ କଲେ 

କେହି କେବେ କ'ଣ କାହାର 

ହୃଦୟ ରାଜ୍ୟକୁ ଜିଣି ପାରେ ? 


ତଥାପି ପ୍ରେମକୁ ଯୁଦ୍ଧ ଦେଇ

ହାସଲ କରିବାର ଜିଦ୍ ରେ

ଅବିଶ୍ରାନ୍ତ ଏକତରଫା ଲଢ଼ି ଚାଲିଛ  ।


ଜିତିବା ଝୁଙ୍କରେ କି ହାରିବା ଭୟରେ

ଶେଷ ଟିକକ ମଣିଷତ୍ତ୍ୱକୁ ବଳିଦେଇ ,

ଜୀବନ ଜୌବନର ଅନିତ୍ୟ ସୁଖ ସୌନ୍ଦର୍ଯ୍ୟକୁ 

ଚିରସ୍ଥାୟୀ ପ୍ଲାଷ୍ଟିକ କରିବା ଚେଷ୍ଟାରେ

ନିଜକୁ ରୁକ୍ଷ କଂକ୍ରିଟ କରିବାରେ ଲାଗିଛ ।


ଏହି ଦୌଡ଼ରେ ଜୀବନ ତୁମର

ଛନ୍ଦି ହୋଇ ରହିଛି ସୋସିଆଲ୍ ମିଡ଼ିଆର 

ଅତୁଟ ଅନ୍ଧ ମୋହ ଫାଶରେ

ଟ୍ଯାଗ୍ , ଟୁଇଟ୍ , ଫଟୋ ସେୟାରିଙ୍ଗ୍ ,‌ 

ଲାଇକ୍ ଆଉ କମେଣ୍ଟ୍ ର ଜେଲ୍ ରେ

ସୁଖ ସନ୍ତୋଷ ସବୁ ଆଜି କଏଦୀ ।


ସେ କାଳର ପଖାଳ ଆଉ କାହିଁ ?

ଯେବେ ମଣିଷ ମଣିଷ ମଝିରେ ନଥିଲା 

ଅସରନ୍ତି ତୁଚ୍ଛା ମନୋରଞ୍ଜନ ନାମରେ

ଅଗଣିତ ମୁହଁ ଲୁଚାଇବାର ବାହାନା , 

ନିଜକୁ ଖୋଲା ଛାଡ଼ିବାର ଭୟ 

କି ସୁଖଦୁଃଖ ବାଣ୍ଟିବାର କୃପଣତା ।


ଏବେ ବି ଅଛି ସବୁ ହାତ ପାଆନ୍ତାରେ

ଏବେ ବି ଗୋଟିଏ କୋଣରେ 

ଆଖି ମୁଦି ବସିଛି ସେ ତୁମ ଅପେକ୍ଷାରେ 

ବାସ୍ ଥରେ ମାତ୍ର ବଢ଼ାଇ ଦିଅ ହାତ

ବିନା ଦ୍ବିଧାରେ ବିନା ସର୍ତ୍ତରେ ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract