STORYMIRROR

Aishwarya Mishra

Inspirational

2  

Aishwarya Mishra

Inspirational

ବିଲୁପ୍ତିର ପଥେ

ବିଲୁପ୍ତିର ପଥେ

1 min
3.0K

ଶୁଣୁଛ କି ତୁମେ

ମୋ ଆର୍ତ୍ତ ଚିତ୍କାର

ତ୍ରାହି ମାମ୍ ର ସ୍ବର

ଧରଣୀ ରାଣୀ ମୁଁ କରୁଛି ମିନତି

ଉଜାଡ଼ି ଦିଅନା ମୋ ଘର


ମାଆ ପରା ମୁଁ 

ସଭିଁଙ୍କୁ ଧରିଛି କୋଳରେ

କରିଛି ଛୋଟରୁ ବଡ଼ 

ନାହିଁ ମୋ ପାଖରେ

ନିଜ ପର ଭାବ

କିଛି ବି ବାଛ ବିଚାର


ମୋ ଆଖିରେ ଦେଖ

ସମସ୍ତେ ସମାନ

ଉଦ୍ଭିଦ ହେଉ ବା ପ୍ରାଣୀ 

କୀଟ ହେଉ ଅବା 

ହେଉ ସେ ମଣିଷ

ସଭିଁଙ୍କର ଭିନ୍ନ ଠାଣୀ


ଗଢିଛି ବିଧାତା ସମସ୍ତଙ୍କୁ

ପୁଣି ଦେଇଛି ବିଭିନ୍ନ ଗୁଣ 

ଭାରସାମ୍ୟ ରକ୍ଷା କରି ନ ପାରିଲେ

ବିଲୁପ୍ତ ହୋଇବା ଜାଣ


ଅଧିକାର ଅଛି ସଭିଁଙ୍କର ଏଠି

ସମ ଭାବେ ବଞ୍ଚିବାର

ହେ ବିଜ୍ଞ ମାନବ ବୁଝିନିଅ ଏହା

ଏବେ ବି ଅଛି ସମୟ

ନ ହେଲେ ତୁମେ ବି 

ହୋଇବ ବିଧ୍ଵଂସ 

ନ ଥିବ ଘର ତୁମର


ବିଲୁପ୍ତିର ପଥେ

ଆଜିର ପୃଥିବୀ 

ଶୁଭୁଅଛି ହାହାକାର 

ବିଜ୍ଞାନ ସାହାଯ୍ୟେ

ରକ୍ଷା କର ତୁମେ

ଭାରସାମ୍ୟ ପ୍ରକୃତିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational