STORYMIRROR

Prabhash chandra Toltia

Inspirational

3  

Prabhash chandra Toltia

Inspirational

ବିଲୋପର ପରିଣାମ

ବିଲୋପର ପରିଣାମ

1 min
466

ଶୁଣାଯାଉନାହିଁ କିଚିରିମିଚିରି

ନାହିଁ ଆଉ ଘର ଚଟିଆ

ପରିବେଶଟାକୁ ଉଜାଡି ଦେଇକି

ମଣିଷ କରୁଛି ଅଡୁଆ।

ଶୁଣା ଯାଉନାହିଁ କାଉ ରାବ

ସବୁ ଲୋପ ପାଇ ଯାଉଛି

ନିଜେ ଦୋଷ କରି ମଣିଷ ଏଠି

ଅସୁବିଧା ନିଜେ ଭୋଗୁଛି।

ସହରୀକରଣ ବଢ଼ିଚାଲିଛି

କାହିଁ ବନୀକରଣ ତ ହେଉନାହିଁ

ସେଥିପାଇଁ ବୋଧେ ପ୍ରକୃତି ଆଜି

ବିକଟାଳ ରୂପ ସାଜିଛି।

ସୁଧୁରି ଯାଆରେ ମଣିଷ ସମାଜ

ଏବେ ବି ସମୟ ବଞ୍ଚିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational