STORYMIRROR

Akshayakumar Dash

Children

3.2  

Akshayakumar Dash

Children

ବିଲେଇ ସଙ୍ଗେ ମାଙ୍କଡ଼ କଳି

ବିଲେଇ ସଙ୍ଗେ ମାଙ୍କଡ଼ କଳି

1 min
14.1K


ପାଚେରି କଡ଼ ପାତି ମାଙ୍କଡ଼ ପାଇକ ପରି ଆସେ,
ବିଲେଇ ନାନୀ ଦେଖି ତା ଠାଣି ଖିଆସି କରିକାଶେ।
ଧରିଲା ହନୁ ବିଲେଇ ମନୁ ଛନକ। ଗଲା ପଶି,
ତୁଚ୍ଛା କୁ ବେଟା ଲାଗୁଛୁ ତୁଟା କହିଲା ସେଠି ବସି।
ହଇରେ ହନୁ ପିଲାଟି ଦିନୁ ତୋ'ମା ମୋର ମିତ,
ଛାଡେ ଥାଉ ଲଗାନା ଆଉ ଖାସ।ନ। ମୁଣ୍ଡୁ ପିତ ।
ମାଙ୍କଡ଼ ଦିଏ ଚାପୁଡ଼ା ଟିଏ ବିଲେଇ ଗଲା ଜଳି,
ଲାଞ୍ଜ ଫୁଲେଇ ଆଖି ଦେଖାଇ ବିଲେଇ କଲା କଳି।
ପାତି ର ବୁଦ୍ଧି ପିଠିକୁ କୁଦି କସିଲା ପୁଷି ବଳ,
ମାଙ୍କଡ଼ ବସି ଚାଲଇ ପୁଷି ହସନ୍ତି ପାତି ଦଳ।
ଚାପୁଡ଼ାଗାଲେ ଦେଲେଟି ଚାଲେ ତା' ହାତେ ପାତି କଷି

କିଦଶ।ପୁଷି କି ଲାଭ ରୁଷି ପାଞ୍ଚିଲା ଯିବ ଖସି।
ପାଣିକୁ ପଶି ଚାଲିଲା ପୁଷି ମାଙ୍କଡ଼ ମାରେ ଡିଆଁ,
ବସିଲା ଯାଇ ଗଛର ଡାଇ କହେ ମରିବୁ କିଆଁ।
ଦେଖିଲେ ଋଷି ପାଣିରେ ପଶି ବିଲେଇ କଲା ରଡି,
ପାଣିରୁ ଛାଣି ରଖିଲେ ଆଣି ସଂଘା କୁ ଗଲା ଚଢ଼ି।
ପାତି ଟି ହସି ଡାଇରେ ବସି କହିଲା ବଂଚିଗଲୁ,
ଏଣେକୁ କେବେ ଆସିଲେଏବେ ହାବୁଡ଼େ ଜ।ଣ ମଲୁ।
ସଂଘା ରେ ବସି ବ।ହୁନେ ପୁଷି ରହିଲା ଉପାସରେ,
ପାତିକୁ ପାନେ ଦେବାକୁମନେ ଉପାୟ ଚିନ୍ତା କରେ।


ଅକ୍ଷୟକୁମାର ଦ।ଶ ,

ଶିକ୍ଷକ ମଧୁକେଶ୍ୱର ନୋଡାଲ ବିଧ୍ୟାପିଠ

କଣ୍ଟିଗଡ଼ିଆ

ପିନ755049 ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children