STORYMIRROR

Prajna Paramita Mohanty

Abstract Fantasy Others

3  

Prajna Paramita Mohanty

Abstract Fantasy Others

ବିକ୍ଷିପ୍ତ ଭାବନା

ବିକ୍ଷିପ୍ତ ଭାବନା

1 min
92

ବିବଶ ମୁଁ,

ବିପଥଗାମୀ ନୁହେଁ, 

ବିବ୍ରତ ମୁଁ,

ବର୍ତ୍ତମାନର ବିଚାରରେ, 

ବ୍ୟତିକ୍ରମ

ବାରବାର ଘଟୁଅଛି, 

ବିଳମ୍ବିତ

ବେଳ-ବାର-ବର୍ଷରେ, 

ବିଚାରପଣର

ବିଷୋଦଗାର ଜାରିରହିଛି, 

ବ୍ୟଥିତ ଏ

ବିସ୍ଥାପିତ ମନ-ମସ୍ତିଷ୍କ 

ବେଖିଆଲି

ବେପଥୁ ସ୍ଵପ୍ନେ ଉଡି ଭ୍ରମେ, 

ବିତିଯାଇଛି

ବିଭୋର ସମୟସବୁ ମୋ, 

ବାସ୍ତବତାକୁ

ବାଟ ଭାଙ୍ଗି ମାଡି ଚାଲେ

ବତୀଘର-

ବେଳାଭୂମି ତଟପ୍ରାନ୍ତର କ୍ରମି

ବାରିଧି ଓ

(ଦିଗ)ବଳୟକୁ ସ୍ପର୍ଶ କରି କରି ।

**********************

ବାସ! ବାସ! 

 ...ବନ୍ଦ ହେଉ ଏ ବାଚାଳାମି

ବାର୍ତ୍ତା-ବାତ୍ୟା(ପ୍ରାୟ)

  ବିଶ୍ଳେଷଣ ବଞ୍ଚିବାର  |



Rate this content
Log in

Similar oriya poem from Abstract