Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Abstract

4.0  

Geetanjali Prusty

Abstract

ବିକଳାଙ୍ଗ ବର୍ଣ୍ଣବିଭା

ବିକଳାଙ୍ଗ ବର୍ଣ୍ଣବିଭା

1 min
250



ବସୁନ୍ଧରା ଏବେ ଋତୁମତୀ ନୁହେଁ

ବାର୍ଦ୍ଧକ୍ୟ ଆସୁଛି ମାଡ଼ି

ପ୍ରୀତିଲଗ୍ନାର ପହିଲି ପରଶେ

ଯୌବନ ଗଲାଣି ଛାଡ଼ି l


ରୁକ୍ଷ ଲାଗୁଛି ଦିନୁ ଦିନ ଯା'ର

ତନୁ ତନିମାର ଛବି

ବିଷାକ୍ତ ବଳୟ କରେ ଆଲିଙ୍ଗନ

ନିତ୍ୟ ନିଦାଘରେ ଦ୍ରବି l


ଜୀବନ ଜୀବିକା ବେସୁରା ହେଲାଣି

ଆକଣ୍ଠ ସୁରାର ସେଵା

ସମାଜ ସଂସ୍କୃତି ସକଳ ସୋପାନେ

ବିକଳାଙ୍ଗ ବର୍ଣ୍ଣବିଭା l


ସ୍ୱାଧୀନତା ସତେ ସମାଧି ଲଭିଛି

ସଇତାନି ସ୍ୱାର୍ଥ ବଳେ

ଗଣତନ୍ତ୍ରର ଗଣିତ ଭୂଗୋଳ

ବଦଳିଛି କଉଶଳେ l


ପ୍ରତି ପଦେ ପଦେ ଛଦ୍ମ ଛାୟାର

ଚାରୁ ଚିତ୍ରିତ ଆଭା

ଦେବତା ବି ଆଜି ଦାସତ୍ବ ବନ୍ଧନେ

ଦେବାଳୟେ ପାଏ ଶୋଭା l


ମୃତ୍ୟୁ ରଚୁଛି ମହା ତାଣ୍ଡବ

ହିଂସ୍ରତାର କରବାଳେ

ଘରେ ବା ବାହାରେ ଯୁଦ୍ଧ ଭୂମିରେ 

ଲେଲିହାନ ଶିଖା ତୋଳେ l


ମହମହ ଆଉ ବାସୁନି ମଳୟେ

ନବ ମଲ୍ଲିକାର ବାସ

ଯୂଇ,ଯାଇ,ହେନା,ଚମ୍ପା ଓ ଚମେଲୀ

ଭୁଲି ଲେଣି ଚାରୁ ହାସ l


ପ୍ରକୃତିରାଣୀର ପରିସଂଖ୍ୟାନରେ

ଜର୍ଜରିତ ଜୀବଜନ୍ତୁ

ଜରାଗ୍ରସ୍ତ ଆଜି ଜଙ୍ଗଲ ବିଭବ

ଅକାଳେ ଲଭନ୍ତି ମୃତ୍ୟୁ l


ଗର୍ବେ ଗରୀୟାନ ଏ ଜାତି ମହାନ

ବିଶ୍ୱ ବାତାୟନ ପାଶେ

ସମୟ ସାଥୀରେ ସଂକଳ୍ପ ନେବାରେ

ସୁସ୍ଥ ପରିବେଶ ଆଶେ l



Rate this content
Log in

Similar oriya poem from Abstract