ବିଜୟୀ ଭାରତ
ବିଜୟୀ ଭାରତ


ବିଜୟ ତ୍ରିରଙ୍ଗା ଉଡାଇବା ବିଶ୍ୱେ
ଭାରତୀୟ ଆମେ ଭାରତୀୟ,
ବିଶ୍ୱଗୁରୁ ଆମେ ହେବାରେ ନିଶ୍ଚୟ
ଶୁଭିବ ଭାରତ ଜୟ ଜୟ ।।(ଘୋଷା)
ଅଂହିସା ମନ୍ତ୍ରର ଉଦଭଵ ଏ ଦେଶୁ
ବିଶ୍ୱକୁ ଦେଇଛୁ ଆମେ ବୁଦ୍ଧ,
ଲାଗିଲେ ସାଥିରେ ଛାଡ଼ିବୁନି କାରେ
ହୋଇଯାଉ ପଛେ ମହାଯୁଦ୍ଧ ।
ଲକ୍ଷ ଲକ୍ଷ ବୀର ଭକ୍ତିର ସଂଗୀତ
ଭାରତ ମାତାକି ଜୟ ଜୟ।।(୧)
ଗଙ୍ଗା ଯମୁନାର ପବିତ୍ର ନଦୀର
ଧାରା ପ୍ରବାହିତ ଯେଉଁ ଭୂଇଁ,
ମୋହନ ଯେଉଁଠି ଫିରିଙ୍ଗି ଶାସନ
ଅନ୍ତ
କଲେ ସ୍ୱାଧୀନତା ପାଇଁ ।
ଲକ୍ଷ ଲକ୍ଷ ବୀର ପ୍ରାଣବଳୀ ଦେଲେ
ମରଣେ ନଥିଲା କାରଭୟ ।।(୨)
ମଙ୍ଗଳ ଗ୍ରହରେ ଯାନ ପେଶି ଅଛୁ
ରାଫେଲ ବିମାନ ଆମ ଗର୍ବ,
ବିଭିନ୍ନତା ମଧ୍ୟେ ଏକତା ବିରାଜେ
ମହାଭାରତୀୟ ସଉରଭ ।
ଯେ ଦେଶରେ ଜନ୍ମି ସୁବାଷ କହିଲେ
ରକ୍ତ ଦିଅ ମୋତେ ରକ୍ତ ଦିଅ ।।(୩)
ସ୍ୱାଧୀନତା ସିନା ପାଇଅଛୁ ଆମେ
ଶତ୍ରୁ ଆଜି ଉଭା ଚଉପାଶେ,
ବୁଦ୍ଧି କଉଶଳେ ଏକତାର ବଳେ
ଦମନ କରିବା ଦୃଢ ହସ୍ତେ ।
ଦେଶର ଗୌରବମାନ ବଢ଼ାଇବା
କରିଣ ତାହାଙ୍କୁ ପରାଜୟ ।।(୪)