STORYMIRROR

Sarat Manhira

Inspirational

3  

Sarat Manhira

Inspirational

ବିଜୟା ଦଶମୀ

ବିଜୟା ଦଶମୀ

1 min
464


ବ୍ରହ୍ମା ଙ୍କ ବରଦାନ ଲଭି   ମହିଷାସୁର ବଳୀୟାନ

   ଅତ୍ୟାଚାର ପ୍ରକୋପ ଭେଦିଲା ତ୍ରିଭୁବନ

ଥରଥର ହୁଏ ସୃଷ୍ଟିର ବିନାଶ  କାହିଁ ଉଇଁଯିବ ପାପ ସକାଳ

   ନାରୀ ହାତେ ଥିଲା ତା' ବିନାଶ ll


ମହିଷାସୁରକୁ ବଧିଵା ପାଇଁ   ମାଁ ଦୁର୍ଗା ହେଲେ ଆବିର୍ଭାବ

    ଅଶ୍ୱିନୀମାସ ଶୁକ୍ଲପକ୍ଷ ଦଶମୀ ଦିନେ

ପାପୀ ମହିଷାସୁର କେ ମାରି   କରିଦେଲେ ତା' ପଣ ତୁଚ୍ଛ

    ସେ ଦିନୁ ଆରମ୍ଭ ହେଲା ବିଜୟା ଦଶମୀ ନାମେ ll


ପ୍ରତାପୀ ସୁର ରାବଣ    ତ୍ରେତୟା ଯୁଗରେ ଥିଲା ଅସୁର

    ଜନକ ସୁତାକୁ କରିଥିଲା ହରଣ

ପ୍ରଭୁ ରାମଚନ୍ଦ୍ର ଅନଶନ ରହି  ମାଆ ପାଖେ କରିଥିଲେ ପୂଜା

    ତାଙ୍କ ଆଶିଷ ପାଇ ରାବଣକୁ ଦେଲେ ମାରି ll


ବିଜୟା ଦଶମୀ ସୁନ୍ଦର ବାର୍ତ୍ତା   ଜଗତକୁ ଦିଏ କହି

     ଧର୍ମର ଜୟ ଅଧର୍ମର ଚିର ନାଶ

ସେଥିପାଇଁ କେବେ କୃଷ୍ଣ    କେବେ ତୋ ମହାକାଳୀ

     ହୋଇ ଜନ୍ମ ନିଅନ୍ତି ମାଆ ସିଂହବାହିନୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational