STORYMIRROR

Santanu Bisoi

Abstract

2  

Santanu Bisoi

Abstract

ବିଜୟ ବାନା।

ବିଜୟ ବାନା।

1 min
2.8K

ଅନେକ ଜନ୍ମ ତପ ବଳେ

ମନୁଷ୍ୟ ଜନ୍ମ ମହିତଳେ।।


ଅସାର ଅର୍ଥ କିସ ମୂଲ୍ୟ

ମାନବ ସମ୍ବଳ ଦୁର୍ମୂଲ୍ୟ।।


ମନ ଶରୀର ଥିଲେ ସୁସ୍ଥ 

ହେବ ଅମାପ ଅର୍ଥାର୍ଜିତ।।


ନିଜକୁ ନିଜେ ଭଲପାଅ,

ଗୃହବନ୍ଦିରେ ରହୁଥାଅ।।


ବେଏଁ ରୁ ଅଧିକ ଦୁରତା

ରଖିବ ଯେ ସଦାସର୍ବଦା।।


ସଫା ରଖିବ ନିଜ ହାତ

ତେବେ ହୋଇବ ସୁରକ୍ଷିତ।।


ନାକରେ ମୁଖାକୁ ପିନ୍ଧିବ

ନିର୍ମଳ ବାୟୁ ସ୍ୱାଶେ ନେବ।।


ନବୁଲ ଏଣେ ତେଣେ କେହି

ଅନ୍ୟ ସଂସ୍ପର୍ଶେ ଆସ ନାହିଁ।।


କାଶ ଛିଙ୍କଠୁଁ ଦୁରେ ରୁହ

ମୁହେଁ କହୁଣୀ ଦେଉଥାଅ।।


ଛେପ ଖଙ୍କାର ଚତୁର୍ଦିଗେ

ପକାଅ ନାହିଁ ଅନୁରାଗେ।।


ଏସବୁ କରୋନା ବହାକ

ସୁଧି ପଣ୍ଡିତେ ମନେରଖ।।


ଏ ଅଟେ ଗଣତନ୍ତ୍ର ଦେଶ

ଲୋକଙ୍କ ହିତେ ୟା ବିଶ୍ୱାସ।।


ସର୍ଣ୍ଣିରୋଧ ଯେ ଗୃହବନ୍ଦି

ଏସବୁ ସରକାରୀ ଫନ୍ଦି।


ଲୋକଙ୍କ ଅମୂଲ୍ୟ ଜୀବନ

ବଞ୍ଚାଇବାକୁ ପ୍ରଣିଧାନ।।


ମାନିବ ସର୍କାର ନିୟମ

ବଢ଼ାଇ ନିଜର ସଞ୍ଜମ।।


ତେବେ ହାରିବଏ କରୋନା (#COVID19)

ଉଡିବ ବିଜୟର ବାନା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract