STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ବିଜୁବାବୁ

ବିଜୁବାବୁ

1 min
311


ଝଡ଼ର ଇଗଲ କଳିଙ୍ଗ ପୁତ୍ର ପୁଣି ପ୍ରବାଦ ପୁରୁଷ,

ଇଣ୍ଡୋନେସିଆର ଭୂମିପୁତ୍ର ବୀର ପାଇଲଟ ସୁପୁରୁଷ।


ଗଞ୍ଜାମ ଜିଲ୍ଲା ବେଲ ଗୁଣ୍ଡାର 

ଆଶା ଲତାଙ୍କ ସୁପୁତ୍ର,

ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶା ମାଟିର ଦୁଃସାହସୀ ବୀର ମହାନାୟକ।


କିଲ୍ଲା ପଡିଆର ଗୋରା ସାହେବଙ୍କ ଉଡାଜାହାଜକୁ ଦେଖି,

ଦୃଢମନା ବିଜୁ ଛୁଇଁ ଦେଲେ ଟିକେ ନୋଳାରେ ଗଲା ପିଠି ଫାଟି।


ଶପଥ ନେଲେ ହେବେ ପାଇଲଟ ହେଲା ବି ସ୍ଵପ୍ନ ସାକାର,

ସୁନାମ ଧନ୍ୟ ବୀର ପାଇଲଟ ହେଲେ ରୟାଲ ଇଣ୍ଡିଆର।


କଟକରୁ ପଞ୍ଜାବ ପେଶଓ୍ଵାର ଯାତ୍ରା ଥିଲା ଯେ ସାଇକେଲର,

ଦେଶ ସ୍ୱାଧିନତା ପାଇଁ ଲଢ଼ି ହେଲେ ଗିରଫ ପୁଣି ଦିଲ୍ଲୀର।


ଲାଲକିଲ୍ଲା ଦୁର୍ଗେ ବନ୍ଦୀ ହୋଇ ନାନା ନିର୍ଯାତନା ଭୋଗ କଲେ,

ଫିରୋଜପୁର ସ୍ଥାନାନ୍ତରିତ ବି ହୋଇ ସ୍ୱାଧୀନତା ପାଇଁ ଲଢିଥିଲେ।


ଡ଼ଚ୍ ଶାସନାଧିନ ଇଣ୍ଡୋନେସିଆ ପାଇଁ ସଂଗ୍ରାମେ ଯେ ରତ,

ଡ଼ଚ୍ ସେନାଙ୍କ କ୍ରୁର ଦୃଷ୍ଟିରୁ ସେ ବାହାରି କରିଲେ ଯୁଦ୍ଧ।


ଭୂମି ସ୍ପର୍ଶ ନକରିବା ପାଇଁ ଯେ ବିଜୁ ଡ଼ଚ୍ କଲେ ଯୋଜନା,

ଦକ୍ଷ ପାଇଲଟ ବିଜୁ ବାବୁଙ୍କୁ ଭୂମିପୁତ୍ର ଯେ ପ୍ରଦାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational