ବିଜୁବାବୁ
ବିଜୁବାବୁ
ଆମ ବିଜୁବାବୁ ବଡ଼ ଦୁଃସାହସୀ
କଳିଙ୍ଗ ସନ୍ତାନ ଭୂମିପୁତ୍ର
ଅବ୍ୟାହତ ତାଙ୍କ ନିଷ୍ଠା ସୁପ୍ରଚେଷ୍ଟା
ବୀରତ୍ୱର ନାହିଁ ପଟାନ୍ତର ।
ବିଜୁବାବୁ ଆମ ଗର୍ବ
ଦେଶ ଓ ବିଦେଶେ ଖ୍ୟାତ ପରିଚିତ
ଦକ୍ଷ ନେତା ଲୋକପ୍ରିୟ ।
ଗୋଟିଏ ପଦରେ ପ୍ରିୟ ବିଜୁବାବୁ
ବୀର ସମ ହନୁମାନ
ସାତ ସମୁଦ୍ରକୁ କରିଲେ ଲଙ୍ଘନ
ଉଦ୍ଧରିଥିଲେ ସୁକର୍ଣ୍ଣ
ଧନ୍ୟ ହେ ବିଜୟାନନ୍ଦ
ଉତ୍କଳର ତୁମେ ସୁଯୋଗ୍ୟ ସନ୍ତାନ
କୀର୍ତ୍ତି ତୁମ ଅମଳିନ ।
ଓଡ଼ିଶା ଆକାଶେ ଉଜ୍ଜ୍ବଳ ତାରକା
ତୁମେ ଶୁଭ୍ର ଧ୍ରୁବତାରା
ଚିର ସ୍ମରଣୀୟ ସୁପୁରୁଷ ତୁଙ୍ଗ
ବିକାଶର ତୁମ ଧାରା
ଝଡ଼ର ଇଗଲ ନାମେ
ଶିଳ୍ପ କାରଖାନା ବନ୍ଦର ପ୍ରତିଷ୍ଠା
ବିଜୁ ବିଶ୍ୱକର୍ମା ତୁମେ ।
