STORYMIRROR

Chittaranjan Nanda

Action Inspirational Children

4  

Chittaranjan Nanda

Action Inspirational Children

ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ

ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ

1 min
339


ହେ ବିଜୁବାବୁ ଜନମ ନେଲ ମୋର 

ମାଟି ଓଡ଼ିଶା ଭୂଇଁରେ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆଶା 

ଦେବୀଙ୍କ କୋଳରେ ।


ଜନମିଲ ୧୯୧୬ ମସିହା ମାର୍ଚ୍ଚ ମାସ 

୫ ତାରଖରେ

କର୍ମ ବଳରେ ରହିଛ ପରିଚିତ ସବୁରି

ଓଡ଼ିଆ ଙ୍କ ଘରେ ଘରେ ।


ହେ ପ୍ରବାଦ ପୁରୁଷ ଓଡିଆ ଜାତି ପାଳନ୍ତି

ଆଜି ତୁମ ଜୟନ୍ତୀ

ପଞ୍ଚାୟତ ରାଜ ଦିବସ ନାମରେ ଇତିହାସ  

ଆପଣଙ୍କ ସ୍ଥିତିକୁ ମନ ପକାନ୍ତି।


ମନେ ପଡେ, ଓଡ଼ିଶା ରାଜ୍ୟରେ ତୁମେ 

ଥିଲ ଦକ୍ଷ ମୁଖ୍ୟମନ୍ତ୍ରୀ

ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ହେଲ 

କ୍ୟାବିନେଟ ଇସ୍ପାତ ଖଣିମନ୍ତ୍ରୀ ।


ସ୍ଥାପନ କରି ଥିଲ ବାଲିମେଳା ଜଳ 

ବିଦ୍ୟୁତ କେନ୍ଦ୍ରର 

ରାଉରକେଲା, ପାରାଦ୍ଵୀପ ବନ୍ଦର

କୃତ୍ତି ତୁମରି କାଳର ।


ଦେଲ ସ୍ଲୋଗାନ 'ଓଡିଶା ମାଆକୁ 

ସମ୍ମାନ, ଗାଆଁକୁ କାମ'

ଭୂମିପୁତ୍ର ନାମେ ନେଲ ସମ୍ମାନ ଆମେ

ଦେଖିଛୁ ତୁମ ଜାତିର ପ୍ରେମ ।


ପଞ୍ଚାୟତ ରାଜ, ତ୍ରିସ୍ତରୀୟ ସ୍ବାୟତ୍ତ୍ୱ 

ଦୃଢ଼ ଶାସନ

ଆମ ପାଇଁ ଥିଲା ସ୍ବରାଜ ଶାସନର 

ମହାନ ଦାନ ।


ପାଳନ କରୁଛେ ୧୦୬ ତମ ଜୟନ୍ତୀ 

ଆମେ ପ୍ରବାଦ ପୁରୁଷଙ୍କର

କେଉଁ ଭୁଲ୍ ଦିଗରେ ଗତିକୁ ଅନୁଶୀଳନ

କରିବାକୁ ସମୟ ଆସିଛି ଆମର ।


ପେଟ ପୋଷିବାକୁ ନାହିଁ ଯୋଜନା, ଓଡିଆ

ଭିଟାମାଟିକୁ ଛାଡ଼ୁଛି

ପୂର୍ବ କୀର୍ତ୍ତିକୁ ହରାଇ ଆଜି ଓଡ଼ିଆ ବୀର ପୁଅ

ଦାଦନ ସାଜୁଛି ।


ବେରୋଜଗାରୀ ସଂଖ୍ୟା ବୃଦ୍ଧି ହୁଏ, ଅଶାନ୍ତି 

ସମାଜରେ ବଢୁଛି

ତେଲିଆ ମୁଣ୍ଡରେ ତେଲ ନୀତିରେ ଚାଲି

ଖଟିଖିଆ ଭୋକେ ମରୁଛି ।


ଛକରେ ଛକରେ ମଦ ଭାଟି ଖୋଲା, ହାୟ

ରାଜ୍ୟର ରାଜସ୍ୱ ବଢୁଛି

ଦିନ ମଜୁରିଆ, ମଜୁରି ସରିଲେ ମଦ ପିଇ

ମାତାଲ ହୋଇ ସର୍ବସ୍ୱ ହରାଉଛି ।


ଖଣିଜ ସମ୍ପଦ ଶାଗ ମାଛ ଦରରେ ବିକ୍ରି ହୋଇ

ବିଦେଷ ରପ୍ତାନି ହେଉଛି

ଓଡିଆ ଟଙ୍କିକିଆ ଚାଉଳ ପାଇ ମାଗିଖିଆ ବନେ, 

ଏହା ଦେଖି ଭୂମିପୁତ୍ର ଆତ୍ମା କାନ୍ଦୁଛି ।


Rate this content
Log in

Similar oriya poem from Action