STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ବିଜ୍ଞାନ

ବିଜ୍ଞାନ

1 min
295


ବିଜ୍ଞାନ ବିଦ୍ଵାନ ନବ ଉଦ୍ଭାବନ 

   ବୈଜ୍ଞାନିକ ଦାନଧନ

ଉଦ୍ଭାଷିତ ଛବି ଅଭିଜ୍ଞ ବିଜ୍ଞାନୀ 

   ଗବେଷଣା ପ୍ରୀତିପ୍ରାଣ


ଅନ୍ତରୀକ୍ଷେ ରୋପେ ଗ୍ରହ ଉପଗ୍ରହ 

   ମହାକାଶେ ରଖେ ପାଦ  

ଯାନ ମହାଯାନ ପ୍ରେରଣ ସାଧନ 

    ଆହାକି ଚମକ ପ୍ରଦ


ବିଜ୍ଞାନ ପ୍ରସଙ୍ଗ ବିସ୍ତାରିତ ଅଙ୍ଗ 

    ପ୍ରସ୍ତୁତି ପ୍ରଶତି ଭିନ୍ନ

ବିସ୍ତୀର୍ଣ୍ଣ ଭାବନା ସର୍ବ ସଂଭାବନା 

   ଶୂନ୍ୟତାକୁ କରେ ପୁର୍ଣ୍ଣ


କୃତ୍ରିମ ବିଭବ ବିଜ୍ଞାନର ଭାବ 

    ଅଭାବକୁ କରେ ଦୂର 

ନବ ଦିଗନ୍ତର ସୁ-ଉଚ୍ଚ ବେତାର 

   ଊପଗ୍ରହେ  ନିରନ୍ତର


ରସାୟନ ମନ୍ତ୍ର ପଦାର୍ଥେ ନିହିତ 

    ସୂକ୍ଷ୍ମ ଚିନ୍ତାଧାରା କୀର୍ତ୍ତି

ଆଲୋକ ବର୍ତ୍ତିକା ହୃଦ ସ୍ମରଣିକା 

   ବୈଜ୍ଞାନିକ ଶୁଭ୍ର ଜ୍ୟୋତି 


ପଦାର୍ଥ ଭୌତିକ ବିଜ୍ଞାନ ସନ୍ତକ 

    ନବ ସରଂଜାମ ଯୋଗ  

ଭିନ୍ନତା ମଧ୍ୟରେ ସଂଯୋଗ ଘଟିଲେ 

    ପ୍ରାପ୍ତ ହୁଏ ମହାଭାଗ


ଆଶାର ପ୍ରଦୀପ ବିଜ୍ଞାନର ଲେପ 

    ପ୍ରାଣ କୃଷ୍ଣ ପ୍ରଜ୍ଞା ଦୀପ୍ତ

ପଠାଣି ସାମନ୍ତ  ଓଡ଼ିଆ ଗୌରବ 

   ଗ୍ରହ ତାରା ପୁଞ୍ଜେ ଲିପ୍ତ


ବାଉଁଶ ନଳୀରେ ଦୂରତା ମାପିଲେ 

     ସାମନ୍ତ ଚନ୍ଦ୍ର ଶେଖର

ଜନମ ସ୍ଥାନରୁ ଶ୍ରୀକ୍ଷେତ୍ର  ଯିବାକୁ 

   ପାହୁଣ୍ଡ   ପନ୍ଦର ଶହ 


ଗାଲିଲିଓ ରତ୍ନ ଅମୂଲ୍ୟ ଶେଷାଙ୍କ 

   ଦୂରବିକ୍ଷଣର  ସ୍ରଷ୍ଟା

ଅଣୁ ପରମାଣୁ ବାୟୁ ମଣ୍ଡଳକୁ 

   ଘେରିଛି ସର୍ଵଦା ଭ୍ରାତା


ନିଉଟନ ମନ ଆକର୍ଷଣେ ଜାଣ 

    ମାଧ୍ୟା ଆକର୍ଷଣ ବଳ

ପୃଥିବୀ ବକ୍ଷକୁ ଆସୁଛିତ ସବୁ 

   ନିକ୍ଷେପିଲେ  ସର୍ବଫଳ


ଅଧୁନା ବିଜ୍ଞାନ  ସର୍ବଶ୍ରେଷ୍ଠ ଧନ 

   ବିଜୟର  ଦ୍ଵାରଦେଶେ

ଚାନ୍ଦ୍ରାୟାଣ ଯାନ ବସତି ସ୍ଥାପନ 

  ଇଶ୍ରୋ କୋଳେ ପୁଣିହସେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational