STORYMIRROR

Pranati Mahapatra

Children

3  

Pranati Mahapatra

Children

ବିଜ୍ଞାନ ଯୁଗର ପିଲା

ବିଜ୍ଞାନ ଯୁଗର ପିଲା

1 min
190

ହୋଇବି ସାକ୍ଷର ଚିହ୍ନିବି ଅକ୍ଷର

ପାଠ ପଢି ହେବି ମୁଁ ବୁଦ୍ଧିମାନ,

କରିବି କେତେ ମୁଁ ନବ ଉଦ୍ଭାବନ

ଚଢିବି ଦିନେ ମୁଁ ଚନ୍ଦ୍ର ଯାନ।


ନୂଆ ଜ୍ଞାନ କୌଶଳରେ ନୂଆ ନୂଆ

ଯନ୍ତ୍ରମାନବ ଗଢିବି,

ବିଜ୍ଞାନ ବଳରେ ଏ ଧରାଧାମରେ

ଅସମ୍ଭବକୁ ସମ୍ଭବ କରିବି।


ଗ୍ରହ ନକ୍ଷତ୍ରର ଗତିବିଧି ଜାଣି

ଦୁନିଆଁକୁ ଦେଖାଇବି,

ପରୀକ୍ଷା ନୀରିକ୍ଷା କରି ସଭିଙ୍କର

ଅସୁବିଧା ଦୂର କରିବି।


ବିଜ୍ଞାନ ଯୁଗର ପିଲାରେ ମୁହିଁ

ଡ଼ରିବିନି ଆଗେଇବି,

ମୁଁ ଯା ନ କରି ପାରିବି ମୋ ଯନ୍ତ୍ର

ମାଧ୍ୟମରେ କରି ପାରିବି।


ପ୍ରତ୍ୟେକ କାର୍ଯ୍ୟର ସଠିକ ଉପଯୋଗ

ନିଶ୍ଚୟ କରିବି ମୁହିଁ,

ସଭିଏଁ କରିଲେ ସେମିତିରେ ଭାଇ

ଧନ୍ୟ ହୋଇଯିବ ଭୂଇଁ।

ବିଜ୍ଞାନ ଯୁଗର ପିଲାରେ ମୁହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children