STORYMIRROR

Satyanarayan Sahoo

Abstract Action

4  

Satyanarayan Sahoo

Abstract Action

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

1 min
317


ବିଜ୍ଞାନ ତୂଳୀ ରେ ଜୀବନ ଚିତ୍ର

ବିସ୍ମୟ କର ସେ ଲାଗେ ବିଚିତ୍ର ।

ବିପୁଳ ସୁଷମା ଲହରୀ ତୋଳି

ବର୍ଣ୍ଣ ର ଦିହୁଡ଼ି ଦିଅଇ ଜାଳି ।

ବିଲୋକନେ ଅଫୁରନ୍ତ ଆବେଗ

ବିଚାର ଧାରଣା ଚିନ୍ତା ଉଦ୍ବେଗ ।

ବହୁ ଆଚମ୍ବିତ କଥା ବାହାର

 ବିଜ୍ଞାନ କରଇ ଥର କୁ ଥର ।

ବହୁ ସମସ୍ୟା ର ସେ ସମାଧାନ

ବାହାର କରଇ ଦିନ କୁ ଦିନ ।

ବଢି ବଢି ଚାଲେ ନିତି ସମସ୍ୟା

 ବହୁଳ ଭାବରେ ପାଏ ମାନ୍ୟତା ।

ବିଜ୍ଞାନ ର ଦାନ ଓ ଉଦ୍ଭାବନ

ବହୁ ଆବିଷ୍କାର ଓ ସମାଧାନ ।

ବଢିବା ସହିତ କ୍ରମେ ସମସ୍ୟା

ବଢ଼େ ପ୍ରଦୂଷଣ କରେ ହୀନସ୍ତା ।

 ବିନା କାରଣରେ ନିରୀହ ଜନ

ବିଜ୍ଞାନ ବିକାଶ ର ନିୟନ୍ତ୍ରଣ ।

ବିନା ଭୋଗୁ ଛନ୍ତି ଚିର କଷଣ

ବିଭିନ୍ନ ପ୍ରକାର ରୋଗ କାରଣ ।

ବିକ୍ଷତ କରଇ ସେ ସନ୍ତୁଳନ

ବ୍ୟବସ୍ଥା ବିହୀନ ହେତୁ ବିପନ୍ନ ।

ବିଜ୍ଞାନ ତୂଳୀରେ ଜୀବନ ଯାତ୍ରା

ବ୍ୟାହତ ହୁଅଇ ସର୍ବେ ହିନସ୍ତା ।

ବିଜ୍ଞାନ ତୂଳୀରେ ଜୀବନ ଚିତ୍ର

ବର୍ଣ୍ଣାଢ଼୍ୟ ବରଣ ଚାରୁ ବିଚିତ୍ର ।

ବିରୋଧାଭାସ ସେ ସୃଜେ ଜୀବନେ

 ବଞ୍ଚାଇବା ସାଥେ ମାରେ ବିପନେ ।

ବଡ ମାରାତ୍ମକ କ୍ଷତି କାରକ

ବଢ଼ାଏ ସମସ୍ୟା ନିତି ଅନେକ ।

ବୋମା ପରୀକ୍ଷଣ ଅଣୁ ଅସ୍ତ୍ରର

ବିନିର୍ମ।ଣ କରି ଧ୍ୱଂସେ ଆଗାର ।

ବିଧ୍ୱସ୍ତ କରେ ସେ ସବୁ ଅଚିରେ

ବିଷ ମୟ ହୁଏ ଜୀବନ ଧୀରେ ।

ବସ୍ତୁବାଦ ର ଏ କରାଳ ତ।ରେ

ବିଧ୍ଵଂସ ସାଧନ ବିଜ୍ଞାନ କରେ ।

ବିଜ୍ଞାନ ତୂଳୀ ରେ ଜୀବନ ଚିତ୍ର

ବଡ ଭୟଙ୍କର ଅତି ବିଚିତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract