STORYMIRROR

Jashobant Pattanayak

Romance Tragedy

3  

Jashobant Pattanayak

Romance Tragedy

ବିଜନତା

ବିଜନତା

1 min
178


ମୋ' ଶୁଷ୍କ ହୄଦୟରେ ;

ତୁମ ମାୟାଜଳ ସିଞ୍ଚି...

ସବୁଜିମା ଭରିଦେଲ-

ପ୍ରୀତି ଗାଲିଚାରେ,

ମୋ' ପ୍ରେମ ବଗିଚାରେ ;

ତୁମ ହସର ମୁକୁତା ବିଞ୍ଚି...

ମହମହ ବାସ ଭରିଦେଲ-

ରଜନୀଗନ୍ଧାରେ ।।


ଅନେକ ଦିନ ପରେ...

ମୁଁ ଟିକେ ଖିଲିଖିଲି ହସିଦେଲି ବୋଲି,

ଧିରେ ଧିରେ ନୀରବରେ,

ପାଦଥାପି ଚାଲିଗଲ କାହିଁ କେତେଦୂରେ ;

ଜାଣି ନ ଥିଲି...

ତୁମେ ଏତେ ସ୍ୱାର୍ଥପର ହେଇଯିବ ବୋଲି -

ଟିକେ ଖୁସି ଦେଇଦେଲାପରେ ।।


ହେଲେ ଆଜି ପୁଣି....

ଟୋପାଟୋପା ଲୁହସବୁ ବାଷ୍ପ ହୁଏ-

ମୋ' ଜୀବନ ମରୁଭୂମି ତପ୍ତବାଲି ପରେ,

ହୄଦୟଟା ଖାଁ ଖାଁ,

ଖାଲି ବିଜନତା ;

କୁହ ସତ...ଫେରିବ ତ !!!

ନା ତୁମ ବାଟ ଅଫେରନ୍ତା ???


    


Rate this content
Log in

Similar oriya poem from Romance