STORYMIRROR

Satyabati Swain

Inspirational

3  

Satyabati Swain

Inspirational

ବିଜନତା

ବିଜନତା

1 min
339


ବିଜନତା !

ତୋ ରୂପ ଟାଣେ 

ମୁନୀ ଜନ

କଣ ରଖିଥାଉ ଯେ

ନିହାତି ନିଜର ଏକାନ୍ତ ମୁହୂର୍ତ୍ତରେ

ସଭିଏଁ ଲୋଡନ୍ତି ତୋତେ!


ତୋ ଭିତରେ ହଜି

ନିଜକୁ ଖୋଜିବାରେ

ଗୋଟେ ରୋମାନଚିତ

ଜହ୍ନ ରାତି ଥାଏ

ଦାର୍ଶନିକ ହେଉ ହେଉ

କେତେବେଳେ ଜହ୍ନ ଛୁ ହୁଏ!


ତୋ ସଙ୍ଗୀତ ବି 

ଅତି ମନ ମୁଗ୍ଧକର

ଆଖି ବୁଜି ପିଇ ହୁଏ କାନକୁ ଅଶୁଣା

ମନକୁ ଧୋଉଥିବା

ସେ ନିଆରା ଗଜଲ !


ବିଜନତା !

ତୁ କାନ୍ତ ଶାନ୍ତ ସ୍ନିଗ୍ଧ

ନିରବ ନିର୍ବେଦ

ମୁଁ ମୁଂଗ୍ଧ ସ୍ତବ୍ଧ

ପ୍ରେମିକ ମନ ନେଇ

କିଆଁ ତୋତେ ଏତେ ଭଲ ପାଏ

ତୋ କୋଳରେ 

କିଛି କ୍ଷଣ ବିତେଇ ଦେବାରେ

ଏତେ ଆନନ୍ଦ  ଥାଏ !


ବିଜନତା !

ତୁ ଯାଦୁଗରିଣୀ

ମନ ହୃଦୟ ଚୋରଣୀ

ତୁ ସତରେ କହୁ କେତେ ମହୁ ବୋଳା କଥା

ହୃଦ କାନ୍ଥରେ ବାଡେଇ ହୋଇ

ଛୁଇଁଥାଏ ନିଃଶବ୍ଦେ ମଥା

ତୋ ଭିତରେ ପ୍ରକୃତ ଜୀବନ

ସତ୍ୟ ଶିବ ସୁନ୍ଦରଙ୍କ

ପାଏ ମୁହିଁ ସତ୍ତା।





Rate this content
Log in

Similar oriya poem from Inspirational