STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ବିଜେତା ପ୍ରଶ୍ନ

ବିଜେତା ପ୍ରଶ୍ନ

1 min
212



ମନରେ କୋହ ବି ଅଛି

ତାକୁ ଚାପି ରଖିଲେ ହେବନି

କହିବାକୁ ହେବ,ନିଜ ଭାଷାରେ

କବିତା ଷ୍ଟାଇଲ ରେ, ନିବେଦନ ସହିତ

ପ୍ରଶ୍ନ ଏଇଠି ରଖିଛି,ଉତ୍ତର ଆଶାରେ।


ହେ,ବିଚାରକ 

ପାଠକ ଓ ସମ୍ପାଦକ ,ବିଚାର କରିବେକି?

ଅନଲାଇନରେ ଏବେ ସବୁକିଛି

କବିତା,ଗପ ଲେଖିବା ଓ ନିର୍ବାଚିତ ହେବା

କେତେ ଦୁର ଯୁକ୍ତିଯୁକ୍ତ ,ବିଚାର ହେଉ ।


ଯାହାର କ୍ଲାପ୍ପିଂ ବେଶି,ସିଏ ନିର୍ବାଚିତ

ସାହିତ୍ୟ କ୍ଷେତ୍ରରେ ମଧ୍ୟ ! ଆଶ୍ଚର୍ଯ୍ୟ!

ପଦ୍ଧତିରେ ପରିବର୍ତ୍ତନ ଲୋଡା

 ଲେଖିବାର ଶୈଳୀ, ଭାଷା,ବିଷୟ

ସମ୍ପାଦକ ମହାଶୟଙ୍କ ବିଚାର,ଠିକ୍

ପାଠକ ବର୍ଗ ପାଇଁ ଭୋଟିଂ 

ଟିକିଏ ଅଡୁଆ ନୁହଁ,ସମ୍ପୂର୍ଣ୍ଣ ଅଡୁଆ।


ଜଣେ ନୂଆ ଲେଖାଳି

ଅନଲାଇନରେ ବନ୍ଧୁ ସଂଖ୍ୟା କମ୍

କ୍ଲାପିଁ ସେଇ ତୁଳନାରେ 

ଆଉ ନିର୍ବାଚିତ ହେବ କୁଆଡୁ ।


ଭୋଟ ଦେଇ ଜୀତେଇବା ବନ୍ଧୁଙ୍କ

ସାହିତ୍ୟ ବିଷୟକ ଜ୍ଞାନ ଥିବା ଜରୁରୀ

ପ୍ରିୟା ପ୍ରୀତି ପୋଷଣ ର ଖେଳ

ବିଜେତା ଆଢ଼ୁ

ଆଳେ ଦୁର୍ବଳ ମାନସିକତା

କବି ହେବାର ପନ୍ଥା ଏକ ଧୃଷ୍ଟତା।


ସାହିତ୍ୟ ଏକ କଳା,ନୂତନ ସୃଷ୍ଟି

ସୃଷ୍ଟିକର୍ତା ବି ପୋଖତ କଳାକାର

ଏଠି ରାଜନୀତି ନାହିଁ

ଭୋଟ ଆସିବ କୁଆଡୁ

ଅନଲାଇନ୍ ପ୍ରତିଯୋଗିତା ନାଁ ରେ

କେବଳ ପ୍ରିୟା ପ୍ରୀତି ପୋଷଣ।


ସ୍ୱାନ୍ତନା ମୁଳକ ପ୍ରେରଣା ରହୁ

ଲେଖକଙ୍କୁ ଉତ୍ସାହ ମିଳୁ

ଆଗକୁ ବଢିବାର ସୁଯୋଗ ଦିଆଯାଉ

ସାହିତ୍ୟର ବିକାଶ ପାଇଁ

ଲେଖକ ନିର୍ବାଚିତ ପଦ୍ଧତି ନ ହେଉ

ଲେଖା କୁ ଗୁରୁତ୍ଵ ଦିଆଯାଉ ।


ପାଠକ ବର୍ଗ କଥା ନ କହିଲେ ଭଲ

ଲେଖା ନ ଦେଖି ବି କ୍ଳାପିଙ୍ଗ

କଥାଟା ବି ସଫା,ସଫା

ଆମର ସିଏ ପରା ନୋମୀନୀ

କିଏ ଦେଖୁଛି କଣ ଲେଖିଛି

କ୍ଲାପ୍ପିଙ୍ଗ ପାଇଁ କହିଛି,ମାନେ ହେବ ।


ଏଇ ହେଉଛି,ଆମର କଥା

ବିଚାର ପାଇଁ ଆବେଦନ ଓ ଅନୁରୋଧ

ପଦ୍ଧତିରେ ପରିବର୍ତ୍ତନ ଆସୁ

ନିବେଦନ ଏକ ନୂଆ ଲେଖକର 

ଆଖିରେ ଆଖିଏ ସ୍ବପ୍ନ

ମନରେ ଏଇ ଚଳନ୍ତି ପ୍ରଥା,ସ୍ପୃହା କମି ଯାଉଛି

ପ୍ରଶ୍ନ ପଚାରି ,ଉତ୍ତର ଆଶାରେ।


Rate this content
Log in

Similar oriya poem from Abstract