STORYMIRROR

SUDARSHAN GILI

Inspirational

4  

SUDARSHAN GILI

Inspirational

ବୀର

ବୀର

1 min
237

ବୀର ତାକୁ କୁହା ଯାଏନା 

ଯିଏ ପଛ ରୁ ଆଘାତ କରେ l

ବୀର ସେ 

ଯିଏ ଛାତିକୁ ମାରଇ ତୀର l


ଆଜି ମୋ ଦେଶ କାନ୍ଦୁଛି 

ଶହୀଦ ଯବାନ ପାଇଁ 

ଗତ କାଲିର ବର୍ଷା 

ସେତ ବର୍ଷା ନୁହେଁ 

ମୋ ବସୁଧା ମା' ର ଲୋତକ l


କେତେ ମା ପୁତ୍ର ହରା ହୋଇଛନ୍ତି 

ତାହା ମୁଁ ଜାଣେନା 

କେତେ ଛାତ୍ର, ଛାତ୍ରୀ 

ତାଙ୍କ ପିତା ହରାଇ ଛନ୍ତି 

ତାହା ମଧ୍ୟ ମୁଁ ଜାଣେନା l


ବୀରର ମୃତ୍ୟୁ ଚେତନା 

ଦେଶ କୁ ଦେଇଛି ହା ହା କାର ବାର୍ତା 

ସେ ତ ବୀର ନୁହେଁ 

ଆମ ଦେଶ ର ମଉଡମଣୀ l

ବୀର ଆଜି ନୀରବରେ ଶୋଇଯାଇଛି l


ଆଜି ବସୁଧା କାନ୍ଦୁଛି 

ତାର ବୀର ପୁତ୍ର କୁ ହରାଇ l

ଆଜି ମୋ ଦେଶ 

ବୀର ପାଇଁ ନିରବ ପାଲିଟି ଯାଇଛି

ଏତ ବୀର ପାଇଁ ତ ଗର୍ଵର କାହାଣୀ ।


            


Rate this content
Log in

Similar oriya poem from Inspirational