ବୀର ସୁରେନ୍ଦ୍ରସାଏ*************
ବୀର ସୁରେନ୍ଦ୍ରସାଏ*************
ଅଛିକିରେ ସେ ସୁରେନ୍ଦ୍ର
ବଞ୍ଚିଛିକି ଆତ୍ମା ତା'ର
ଅଭିମାନୀ ଆଧୁନିକେ
କିମ୍ପା ଏହି ମିଥ୍ୟାଚାର।
ଅଗଣିତ ଗଣ ହୃଦ
ମର୍ମଦୁନ୍ତ ବ୍ୟଥା ରାଶି
ରୁପାୟିତ ସୁରେନ୍ଦ୍ରର
ଓଷ୍ଟ ପୁଟେ ଥିଲା ଭାଷି।
ସେ ଆଦର୍ଶ ସତ୍ୟ ଆଗେ
ଲୋଟାଇ ସେ ଗଲା ମଥା
ବୁଦ୍ଧିମାନ କହେ ଯେବେ
ମତ୍ତର ସେ ମାଦକତା।
ବିଗତ କି ଏ ସୁରେନ୍ଦ୍ର
ଏ୍ୟୈତିହ୍ୟ କି ଅତୀତର
କିମ୍ପା ତେବେ ଆଜି ଏହି
ପ୍ରସ୍ତର ର ମୂର୍ତ୍ତିଧର।
ଦେଶ ପ୍ରେମ ବୋଳି ସେହି
ଦେଲା ଯେଉଁ ମହାମନ୍ତ୍ର
ସେ ଶବ୍ଦର ଅର୍ଥ ଆଜି
ହୀନ ସ୍ବାର୍ଥ ଷଡଯନ୍ତ୍ର।
