Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Inspirational

3  

Jayashree Maharana

Tragedy Inspirational

ବୀର ସୁପୁତ୍ର

ବୀର ସୁପୁତ୍ର

1 min
303


ବୀର ସୁପୁତ୍ର ହୁଅ ଜାଗ୍ରତ

କ୍ରନ୍ଦନ କରେ ମାତ

ଚିର ପୂଜିତ ତୁମ୍ଭ ବୀରତ୍ବ

ହେବନି କେବେ ଲୁପ୍ତ ।


କ୍ରୁର ବିଧାତା ଦେଇଛି ବ୍ୟଥା

ଦୁଃଖରେ ଜର୍ଜରିତ

ଭାରତ ମାତା ନୁଆଇଁ ମଥା

ନୟନ ଅଶ୍ରୁସିକ୍ତ ।


ସୁରକ୍ଷା ପାଇଁ ସଜାଗ ହୋଇ

ସୀମାରେ ଦିବାରାତ୍ର

ଦୁଃଖକୁ ସହି ରହିଛ ଚାହିଁ

ମନରୁ ଭୁଲି ଭୀତ ।


ଶତ୍ରୁର ଛଳ ସାଜିଲା କାଳ

ଛାତିକୁ କରି ଶକ୍ତ

କରିଲ ଠୁଳ ମନରେ ବଳ

ଘଟିଲା ରକ୍ତପାତ ।


ବିଜୟ ତୂରୀ ଗର୍ଜନ କରି

କମ୍ପିତ ଯୁଦ୍ଧକ୍ଷେତ୍ର

ଜୀବନ ହାରି ଶତ୍ରୁକୁ ମାରି

ଗୁଳିରେ ମୃତାହତ ।


ତୁମ୍ଭର ପ୍ରାଣ କରିଲ ଦାନ

ବଇରୀ ପରାଜିତ

ଚିର ଅମ୍ଳାନ ତୁମ୍ଭ ସମ୍ମାନ

କରୁଛୁ ପ୍ରଣିପାତ ।


Rate this content
Log in

Similar oriya poem from Tragedy