STORYMIRROR

Jayashree Maharana

Abstract

2  

Jayashree Maharana

Abstract

ବୀର ସୈନିକ

ବୀର ସୈନିକ

1 min
144

ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ

ଦେଶସେବା ଭାବ ହୃଦୟେ ଭରି

ମାଆର ସୁରକ୍ଷା ପାଇଁ ଆଗଭର

ସର୍ବଦା ଜାଗ୍ରତ ସାଜି ପ୍ରହରୀ


ଶତ୍ରୁର ଆତଙ୍କ କରି ପରାହତ

ଶାନ୍ତିର ପ୍ରତିଷ୍ଠା କରିବା ପାଇଁ

ଧୈର୍ଯ୍ୟ ସାହାସକୁ ଆପଣାଇଥିଲ

ଭୟଭ୍ରାନ୍ତି ମନୁ ଦୁରେଇଦେଇ


ଅଦିନ ପ୍ରଳୟ ଭିଆଇଲା କାଣ୍ଡ

କାଳ କି ସାଜିଲା ଅତି ନିଷ୍ଠୁର

ଶୂନ୍ୟ କରିଦେଲା ମାଆର କୋଳକୁ

ପୋଛିନେଲା କାହା ମଥା ସିନ୍ଦୂର


ରକ୍ତରେ ଭିଜାଇ ଧରିତ୍ରୀ ବକ୍ଷକୁ

କାହିଁ ଚାଲିଗଲ ବୀର ସୈନିକ

ତୁମରି ସ୍ମୃତିରେ ବ୍ୟଥିତ ସରବେ

ଭରିଯାଇଅଛି ନେତ୍ରେ ଲୋତକ


ଆକୁଳେ ଭାରତୀ ପଣତ ଘୋଡାଇ

ପବିତ୍ର ଆତ୍ମାର ମୁକତି ପାଇଁ

ତୁମ ବଳିଦାନ  ଗାଥାକୁ ସୁମରି

କୋଟି ପ୍ରଣିପାତ କରୁଛି ମୁହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract