STORYMIRROR

Sarojini Jena

Classics Inspirational

3  

Sarojini Jena

Classics Inspirational

ବୀର ଭଗତ ସିଂ

ବୀର ଭଗତ ସିଂ

1 min
155


ଭାରତ ମାତାର ସୁଯୋଗ୍ୟ ସନ୍ତାନ

ହେ ଶହୀଦ ତୁମେ ଶତ ସଲାମ,

ମାତା ବିଦ୍ୟାବତୀ କୋଳ ମଣ୍ଡିଥିଲ

ପିତା ଥିଲେ ତୁମ ସିଂ କିସାନ...


ପାକିସ୍ତାନ ଶିଖ ପରିବାରେ

ସେପ୍ଟେମ୍ବର ଅଠେଇଶ ତାରିଖ

କରିଥିଲ ତୁମ ଭାରତ ମାଆର କୋଳ ମଣ୍ଡନ,

ତୁମ ପରି ପୁତ୍ର କୋଳେ ପାଇ ମାଆ

ଗାଇଥିଲା ଟିକେ ଜୟଗାନ...


ସଂଗ୍ରାମୀର ଗୃହେ ଜନ୍ମ ନେଇ

ତୁମେ ଲଭି ଥିଲ ଶତ ପ୍ରେରଣା,

ମାତୃ ସେବା ମନେ ଜାଗିଥିଲା ତୁମ

ଉଠୁଥିଲା ହୃଦେ ବହ୍ନିର ଜ୍ୱଳନ...


ବିଦ୍ୟାଳୟ ଜୀବନୁ ତୁମେ ହୋଇଥିଲ

ସଂଗ୍ରାମୀର ବୀର ସନ୍ତାନ,

ଜାଲିଆନାୱାଲା ହତ୍ୟାକାଣ୍ଡ ଦେଖି

ପ୍ରତିଶୋଧ ସୂତ୍ରେ ରକ୍ତ ଭିଜା ମାଟି କରିଥିଲ ଚୁମ୍ବନ....


ସିଂହର ଗର୍ଜନ ପରି ଥରୁଥିଲା ତୁମ ରକ୍ତ

ପ୍ରମୁଖ ବିଜୟୀ ଥିଲ ତୁମେ ସଂଗ୍ରାମୀ,

ତେଇଶି ବରଷେ ଝାସ ଦେଇ ତୁମେ

ଭାରତ ମାତାର ହେଲ ପୁତ୍ର ମହାନ..


ବ୍ରିଟିଶଙ୍କ ବିତାଡିତ ପାଇଁ

ଭାଗନେଇ ତୁମେ ଅସହଯୋଗ ଆନ୍ଦୋଳନ,

ଚୌରୀଚୌରାର ଅଗ୍ନି ଶିଖା ତୁମ

ହୃଦୟେ ଜଗାଇଲା ଶତ କମ୍ପନ...


ମହାତ୍ମାଙ୍କ ନୀତି ଅହିଂସାର ମାର୍ଗ

ଦୁର୍ବଳ ହୋଇଲା ତୁମ ହୃଦୟ,

ବିପ୍ଳବର ଏକମାତ୍ର ମାର୍ଗ

ମନେ ଭାବିଥିଲ ବୀର ନୌଯବାନ...


ବ୍ରିଟିଶ ଛାତିକୁ ଥରାଇବା ପାଇଁ

ବାରମ୍ବାର ନେଉଥିଲ ଶପଥ,

ଲାଲାଲଚପତ ରାୟଙ୍କ ମୂର୍ତ୍ତ୍ୟୁରେ

ତୁମେ ହୋଇଥିଲ ପରା ବେଶି ବିବ୍ରତ..


ଅହରହ ତୁମ ତନ୍ତ୍ରୀ କାନ୍ଦୁଥିଲା

ସଚ୍ଚା ଭକ୍ତ ତୁମେ ହୋଇ,

ଉଣେଇଶ ଏକତିରିଶ ମାର୍ଚ୍ଚ ତେଇଶି

ବିନା ଦୋଷେ ତୁମେ ଫାଶୀ ପାଇ..


ମଥା ନଇଁଲନି ଦେଖାଇଲ ତୁମ

ବୀରତ୍ୱର ପରାକାଷ୍ଠା,

ସାହସୀ ସଚ୍ଚା ଦେଶ ଭକ୍ତ ତୁମେ

ନଇଁ ଯାଏ ଆମ ମଥା...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics