STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ବୀଣାପାଣି

ବୀଣାପାଣି

1 min
163

ପରଭୃତ, ପଲ୍ଲବିତ     ଚୁତଛତ୍ର ତଳେ

        ମହା ଆନନ୍ଦରେ

କୁହୁ କୁହୁ ତାନେ   ଆଳାପ ବିତାନେ 

     ପ୍ରେମ ମଧୂଧାରା ଝରେ

ତା ସଙ୍ଗେ ଗୁଞ୍ଜନ       ଗୁଣୁ ଗୁଣୁ ସ୍ଵନ 

      ମତ୍ତଅଳି ଉଡି ବୁଲେ

ମେରୁଗିରି ଶିଖୁ       ଉତ୍ତଳା ମଳୟେ 

      ପ୍ରକୃତି ରାଣୀ ଉଛୁଳେ


ଚୋରା ବସନ୍ତ ର     ବାସନ୍ତୀ ପବନେ 

     ବାଣୀ ଆବାହନୀ ଗାଇ

ସୁରପୁର ଦେବୀ      ମାତ ସରସ୍ଵତୀ 

       ଆସନ୍ତି ବୀଣା ବଜାଇ

ମହୀ ପୁଲ୍ଲକିତେ    ଶୁଭ୍ର କୁସୁମ 

       ବୃକ୍ଷରେ ଅଞ୍ଜଳି ଭରି

ପୁଷ୍ପାଞ୍ଜଳି ଧରି     ସତେକି ସ୍ଵାଗତେ 

        ଆସମାତ ଅବତରି


ଗଜମୋତି ମୁକ୍ତା   ହାର ବିଶୋଭିତା 

     ଶୁଭ୍ର ଝିନ ପତନୀ ରେ

        ଏ ଶୁଭ ସକାଳେ  ଶୁଭ୍ର ପଦ୍ମାସନେ 

     ଶୁଭ୍ର ହଂସ ବାହାନାରେ

ଆସ ମହାଦେବୀ  ବାକ୍ୟଦେବୀ ଦେଖ 

    ଅଜ୍ଞାନ ଅନ୍ଧାରେ ପଡ଼ି

ଛଟପଟ ହୁଏ       ସକଳ ଜୀବନ 

    ଜ୍ଞାନାଲୋକ‌ ଦିଅ ଜାଳି


ଆଲୋକିତ ହେଉ    ସକଳ ଭୁବନ 

     ବିଦ୍ୟା ବଇଭବ ବଳେ

କୁସଂସ୍କାର, ହୀନ     ପ୍ରବୃତ୍ତି,ମନ୍ତ୍ରଣା 

     ଜୀବନେ ଅନ୍ଧାର ଭରେ

ବରଦହସ୍ତ ଦେ   ପ୍ରସାରି ବରଦା 

     ଏ ଅନ୍ଧାର ‌ଦିଅ ଦୂରେଇ

ସକଳ ଭୁବନେ  ଜୀବନେ ଜ୍ଞାନର 

     ଆଲୋକ ଦିଅ ଜଳାଇ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract