STORYMIRROR

Sahadev Behera

Inspirational

4  

Sahadev Behera

Inspirational

ବିଗିଡି ଗଲାଣି

ବିଗିଡି ଗଲାଣି

1 min
401


ବିଗିଡି ଗଲାଣି  ଜଳ ସ୍ଥଳ ବାୟୁ 

    କଳୁଷିତ ହେଲା ଧରା 

ଗର୍ବ ଅହଙ୍କାର  ବଳେ ଏ ମଣିଷ 

    ଧରାକୁ ମଣୁଛି ସରା ll


ପାପର ବୋଝ ତ  ଭାରି ହୋଇ ଲାଣି

    ବସୁଧା  ଯିବକି ଫାଟି 

ମାଳିକା ବଚନ ହୋଇବଟି ସତ୍ଯ 

    ବିନାଶ ହୋଇବ ସୃଷ୍ଟି ll

    

କରାଳ କରୋନା  ଭୂତାଣୁ ଗ୍ରାସୁଛି 

     ମାନବ ପଡୁଛି ଶୋଇ

ବଳ ବୁଦ୍ଧି ଜ୍ଞାନ  ହଜିତ ଗଲାଣି 

      ଅବଶ ହେଲାଣି ହୋଇ ll


ଏ କି ମାୟା ପ୍ରଭୁ କାହିଁକି ରଚିଲ 

    ମାୟାଧର ଚକ୍ର ପାଣି 

ସେ ମାୟାକୁ ବୁଝି  ପାରୁନି ମାନବ 

    ଅଟହାସ୍ୟ କରେ ପୁଣି ll


ସବୁ ପାପପୁଣ୍ୟ  ତୋ ମାୟାର ଖେଳ 

     ପାରିକର ଚକ୍ରଧର 

ଚକ୍ର ଉହାଡ଼ରେ  ରଖ ମହାବାହୁ 

     ଦୟାକର ବେଣୁଧର ll


 ତୋ ଯଦୁ କୁଳର ତୁ ତ ବିନାଶକ 

     ସ୍ଥିତପ୍ରଜ୍ଞ ହରିହର 

ସେ କାଳ କି ଏବେ ହେଲା ଉପନୀତ

    କୁହ ପ୍ରଭୁ ଯୋଗେଶ୍ବର ll

     

ଭୟରେ କମ୍ପୁଛି  ଏ ବିଶ୍ବବ୍ରହ୍ମାଣ୍ଡ

    ଧର୍ମ ଧ୍ବଜା ଉଡାଇବ

ତମ ସୃଷ୍ଟି ତମେ  ନ ରଖିଲେ ବିଷ୍ଣୁ 

   ଆଉ ବା କିଏ ରକ୍ଷିବ ll



Rate this content
Log in

Similar oriya poem from Inspirational